ମହିଳା ଓ ଶିଶୁ ବିକାଶ ବିଭାଗର ବହୁମୁଖୀ ଯୋଜନା ଓ ଅଭିଯାନର ଶୁଭ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ବାଲ୍ୟ ବିବାହ ରୋକିବା ପାଇଁ ୧୦୦-ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କିଶୋରୀ ଗର୍ଭଧାରଣ ରୋକିବା ଏବଂ କିଶୋରୀ ମାଆମାନଙ୍କ ସହାୟତା ନିମିତ୍ତ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ “ଆମେ ପଢ଼ିବା ଆମ ଭାଷାରେ” ପାଇଲଟ୍ ପ୍ରକଳ୍ପ ପାଇଁ ପ୍ରଥମ ଫାଉଣ୍ଡେସନ , ପିରାମଲ ଫାଉଣ୍ଡ
ମହିଳା ଓ ଶିଶୁ ବିକାଶ     ବିଭାଗର ବହୁମୁଖୀ ଯୋଜନା ଓ ଅଭିଯାନର ଶୁଭ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ     ପରିଡ଼ା


ବାଲ୍ୟ ବିବାହ ରୋକିବା

ପାଇଁ ୧୦୦-ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ

କିଶୋରୀ ଗର୍ଭଧାରଣ

ରୋକିବା ଏବଂ କିଶୋରୀ ମାଆମାନଙ୍କ ସହାୟତା ନିମିତ୍ତ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ

“ଆମେ ପଢ଼ିବା ଆମ ଭାଷାରେ” ପାଇଲଟ୍ ପ୍ରକଳ୍ପ ପାଇଁ ପ୍ରଥମ ଫାଉଣ୍ଡେସନ , ପିରାମଲ

ଫାଉଣ୍ଡେସନ ସହ ଏମଓୟୁ ସ୍ୱାକ୍ଷର

କନ୍ଧମାଳ ଓ ବୌଦ୍ଧ

ଜିଲ୍ଲାରେ ଆଇସିଡିଏସ କର୍ମଚାରୀ ଆବାସିକ କ୍ୱାର୍ଟର୍ସର ଉଦଘାଟନ

ବରପାଲି, ବରଗଡ଼ ଜିଲ୍ଲାରେ ରାଜ୍ୟ ମହିଳା ଓ ଶିଶୁ

ପ୍ରତିଷ୍ଠାନ ଭବନର ଉଦଘାଟନ

ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ମହିଳା ଓ

ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପର ଶୁଭ

ଉଦଘାଟନ ହେବା ସହ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନସ୍ଥିତ କନଭେନସନ

ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି

ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡ଼ିଶାର ଚାବିକାଠି,

ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ, ସମାନ ଓ

ସମ୍ମାନଜନକ ପରିବେଶ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା । ସେ ମାତୃଭାଷାରେ ଆଧାରିତ

ପ୍ରାରମ୍ଭିକ ଶିକ୍ଷା, ବାଲ୍ୟ ବିବାହ ରୋକିବା, କିଶୋରୀ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ,

ସମୁଦାୟ ସଂପୃକ୍ତି ଓ ତଳସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ

ଗୁରୁତ୍ଵ ଦେଇଥିଲେ ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା “ଆମେ ପଢ଼ିବା ଆମ ଭାଷାରେ” ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଜାତୀୟ

ଶିକ୍ଷା ନୀତି–୨୦୨୦ ସହ ସମନ୍ୱୟରେ ୩–୬ ବର୍ଷ

ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ

କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁଣ୍ଡା,

କୁଇ, ସଉରା, କୁଭି,

ଗୋଣ୍ଡି ଓ କୋୟା ଭାଷାରେ ଯୋଜନାଟି କାର୍ଯ୍ୟକାରୀ ହେବ । ଅଙ୍ଗନୱାଡ଼ି

କର୍ମୀମାନଙ୍କୁ ଭାଷା-ନିର୍ଦ୍ଦିଷ୍ଟ ତାଲିମ, ଶିକ୍ଷା ସାମଗ୍ରୀ ଓ

ଅଡିଓ- ଭିଜୁଆଲ ବିଷୟବସ୍ତୁ ପ୍ରଦାନ କରାଯିବ। ସୁଭଦ୍ରା ଯୋଜନା ପରି ଆମେ

ପଢିବା ଆମ ଭାଷାରେ ଯୋଜନାକୁ ଘରେ ଘରେ ସୁପରିଚିତ କରିବାକୁ ଉଦ୍ୟମ କରିବାକୁ

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆହ୍ଵାନ କରିଥିଲେ । ଏହାସହ ଅଙ୍ଗନୱାଡ଼କୁ ଆକର୍ଷଣରେ ପରିଣତ

କରାଯିବ ବୋଲି ସେ କହିଥିଲେ।

ଏହା ସହ ବାଲ୍ୟ ବିବାହ

ରୋକିବା ଉଦ୍ଦେଶ୍ୟରେ ୧୦୦-ଦିନିଆ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ

ସମୁଦାୟ, ଯୁବ ନେତୃତ୍ୱ, ଆଶା,

ଅଙ୍ଗନୱାଡି କର୍ମୀ ଓ ସଂସ୍ଥାଗତ ମଞ୍ଚଗୁଡ଼ିକର ସକ୍ରିୟ ସଂପୃକ୍ତି ମାଧ୍ୟମରେ

କନ୍ୟା ଶିକ୍ଷା, ସଚେତନତା ଓ ସୁରକ୍ଷାକୁ ମଜବୁତ କରାଯିବ । ସାଇକେଲ

ରାଲି, ଯୁବ ସମ୍ମିଳନୀ, ମାନବ ଶୃଙ୍ଖଳ,

ସ୍କୁଲ୍-କଲେଜ ଭିତ୍ତିକ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଡିଜିଟାଲ ସଚେତନତା

ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ସଫଳ କରାଇବା ଉପରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ

ପରିଡା ଗୁରୁତ୍ଵ ଦେଇଥିଲେ ।

ବୈଠକର ଆଲୋଚନାରୁ

ଜଣାଯାଇଛି ଯେ ମୟୂରଭଞ୍ଜ ଜିଲ୍ଲାରେ ୟୁନିସେଫ ସହଯୋଗରେ କିଶୋରୀ ମାଆ ସହାୟତା ଓ କିଶୋରୀ

ଗର୍ଭଧାରଣ ରୋକିବା ପାଇଁ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା,

ସାମାଜିକ ସୁରକ୍ଷା, ପୁନଃ ଶିକ୍ଷା ଓ କୌଶଳ ମାର୍ଗ ସହ

ସମନ୍ୱିତ ସହାୟତା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଭବିଷ୍ୟତରେ ରାଜ୍ୟସ୍ତରୀୟ ମଡେଲ୍ ଭାବେ କାମ

କରିବ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ

ଶ୍ରୀମତୀ ପରିଡା ବରପାଲିସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ର ନୂତନ ପ୍ରଶାସନିକ ଭବନ ଓ

ଆନୁସଙ୍ଗିକ ସୁବିଧାର ଉଦଘାଟନ କରିଛନ୍ତି ଯାହା ବିଭାଗର ପ୍ରଶିକ୍ଷଣ ଓ କ୍ଷମତା ବିକାଶକୁ ସୁଦୃଢ଼

କରିବ । ସେହିଭଳି, ସେ ବୌଦ୍ଧ ଓ

କନ୍ଧମାଳ ଜିଲ୍ଲାରେ ଆଇସିଡିଏସ କ୍ଷେତ୍ର ଅଧିକାରୀଙ୍କ ପାଇଁ ଆବାସିକ କ୍ୱାର୍ଟର୍ସର ମଧ୍ୟ

ଉଦଘାଟନ କରିଛନ୍ତି ।

ମହିଳା ଓ ଶିଶୁ ବିକାଶ

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଆଭାସୀ ମାଧ୍ୟମରେ ଯୋଗ ଦେଇ ସ୍ଥାନୀୟ

ଭାଷାରେ ପ୍ରାଥମିକ ଶିକ୍ଷାର ମହତ୍ୱ ଏବଂ ଚରିତ୍ର ନିର୍ମାଣରେ ଏହାର ଗୁରୁତ୍ୱ ସମ୍ପର୍କରେ

ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ

ଶାସନ ସଚିବ ଶ୍ରୀ ଏନ.ସି. ଜ୍ୟୋତିରଂଜନ ନାୟକ, ଅତିରିକ୍ତ ଶାସନ ସଚିବ

ଶ୍ରୀମତୀ ସୁମିତ୍ରା କୁମାରୀ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ

ଅନନ୍ତ ନାରାୟଣ ସିଂ ଲାଗୁରୀ, ସଦସ୍ୟ ସଚିବ ଓଏସଏଲଏସଏ ଶ୍ରୀ ଅରବିନ୍ଦ

ପଟ୍ଟନାୟକ, ସିଫଓ ୟୁନିସେଫ

ଶ୍ରୀ ପ୍ରଶାନ୍ତ ଦାଶ, ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ, ୟୁନିସେଫ, ପିରାମଲ ଫାଉଣ୍ଡେସନ, ପ୍ରଥମ

ଫାଉଣ୍ଡେସନ ଓ ଏସଏଲଏସଏ ର ପ୍ରତିନିଧିମାନଙ୍କ ସହ ଆଭାସୀ ମାଧ୍ୟମରେ ଓଡ଼ିଶାର ସମସ୍ତ ଜିଲ୍ଲାର

ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅଙ୍ଗନୱାଡ଼ି

କର୍ମୀମାନେ ଯୋଗ ଦେଇଥିଲେ। ମୟୂରଭଞ୍ଜ ଏଵଂ ମାଲକାନଗିରିର ଜିଲ୍ଲାପାଳ ନିଜ ଅଞ୍ଚଳର ତୃଣମୂଳ

ସ୍ଥିତି ଏଵଂ ଏହି ଯୋଜନା ଦ୍ୱାରା ହେବାକୁ ଯାଉଥିବା ପରିବର୍ତ୍ତନ ସମ୍ବନ୍ଧରେ ଆଭାସୀ ମାଧ୍ୟମରେ

ଅବଗତ କରାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande