
ଭୁବନେଶ୍ୱର, 13 ଜାନୁଆରି (ହି.ସ.) - ଭଙ୍ଗାଯିବ
ବର୍ତମାନର ନଅ ତାଲା, ସେଚ
ସଦନ ଓ ରାଜୀବ ଭବନ । ଏସବୁ କୋଠା ଗୁଡିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି । ଏନେଇ ସୂଚନା
ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତିନୋଟି ପର୍ଯାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ ।
ପ୍ରଥମ ପର୍ଯାୟରେ ନିର୍ମାଣ ହେବ ଲୋକସେବା ଭବନର
ମୁଖ୍ୟ ଅଫିସ | ଖରାବେଳ
ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ ଅଫିସ । ଗୋଟିଏ
ବାଉଣ୍ଡ୍ରିରେ ରହିବ ସମସ୍ତ ଅଫିସ । ପାୱାର ହାଉସ
ଛକକୁ ଲାଗି ଏଡିଏମ ଅଫିସ, ଓସେପା ଅଫିସ ପାଖରେ ହେବ ନୂତନ ଲୋକସେବା
ଭବନ ଅଫିସ ବୋଲି ମନ୍ତ୍ରୀ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା