ଦଳରେ ବୁଲୁଛନ୍ତି ଦୋଗଲା ବ୍ୟକ୍ତିତ୍ବ- ସମ୍ବିତ ରାଉତରାୟ
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଦଳରେ ବୁଲୁଛନ୍ତି ଦୋଗଲା ବ୍ୟକ୍ତିତ୍ବ । ଏପରି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଆମର ବାପା ଏକ ନେତା ଏକ । ଶୃଙ୍ଖଳା କମିଟି କଣ କହିବ? କେହି ଆଙ୍ଗୁଠି ଉଠେଇ ପାରିବେନି । ଆମେ କିଛି
ଦଳରେ ବୁଲୁଛନ୍ତି     ଦୋଗଲା ବ୍ୟକ୍ତିତ୍ବ- ସମ୍ବିତ ରାଉତରାୟ


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଦଳରେ

ବୁଲୁଛନ୍ତି ଦୋଗଲା ବ୍ୟକ୍ତିତ୍ବ । ଏପରି

କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଆମର ବାପା ଏକ ନେତା ଏକ ।

ଶୃଙ୍ଖଳା କମିଟି କଣ କହିବ? କେହି

ଆଙ୍ଗୁଠି ଉଠେଇ ପାରିବେନି । ଆମେ କିଛି ଭୁଲ୍ କରିନୁ, ଆମକୁ ଶୃଙ୍ଖଳା ଦେଖାଅନି ବୋଲି ବୋଲି

ସମ୍ବିତ କହିଛନ୍ତି ।

ଆଉ ଅପେକ୍ଷା ନାହିଁ।

ନବୀନ ବାବୁ ହୁଅନ୍ତୁ କି ଯାହାକୁ ସେ ଦାୟିତ୍ଵ ଦେଇଛନ୍ତି ସେମାନେ ଦଳକୁ ସଙ୍ଗଠିତ କରିବା ଆରମ୍ଭ

କରନ୍ତୁ କି ନକରନ୍ତୁ, ଅନେକ ନେତା ନିଜ ନିଜ ବ୍ୟକ୍ତିଗତ

ଉଦ୍ୟମରେ ନିଜର ରାଜନୈତିକ ଭବିଷ୍ୟତ ଓ ଦଳର ଭବିଷ୍ୟତ ସଙ୍ଗଠିତ କରିବାକୁ ଚେଷ୍ଟା କରୁଛନ୍ତି। କିଛି

ମେଳି ନାହିଁ। ପରସ୍ପରକୁ ସହଯୋଗ କରୁଛୁ। ଏକ ମନ ଏକ ପ୍ରାଣ ହୋଇ ଠିଆ ହୋଇଛୁ। ଦଳରେ ତ୍ରୁଟି ବିଚ୍ୟୁତି

ରହୁଛି। କୋର୍ କମିଟି ତିଆରିରେ ବି ତ୍ରୁଟି ବିଚ୍ୟୁତି ହେଉଛି।

ସେହିପରି ସୁଜାତା

କାର୍ତ୍ତିକେୟନ ରାଜ୍ୟ ସଭା ପ୍ରାର୍ଥୀ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ ବୋଲି ସମ୍ବିତ

ରାଉତରାୟ କହିଛନ୍ତି। ଅତୀତରେ କିଛି ରାଜ୍ୟ ସଭା ଯାଇଥିଲେ। କିନ୍ତୁ ଓଡିଶା ସ୍ଵାର୍ଥ ବଦଳରେ ନିଜ

ସ୍ୱାର୍ଥ ଦେଖି ବିଜେପି କୁ ଡେଇଁଲେ। ଏହା ଉପରେ ସଭାପତି ଧ୍ୟାନ ଦେବା କଥା।

ନବୀନଙ୍କ ଉତ୍ତରାଧିକାରୀ

ଗୋପ ପୁରରେ ବଢୁଛି। ଭବିଷ୍ୟତକୁ ଅପେକ୍ଷା କରନ୍ତୁ। ଏତେ ବଡ଼ ଦଳ, 24

ବର୍ଷ ଶାସନ କଲାପରେ ତାର ଉତ୍ତରାଧିକାରୀ ଜାଣିବା ପାଇଁ ସମସ୍ତଙ୍କ ଜିଜ୍ଞାସା ରହିବ।

ସିନିୟର ମାନଙ୍କୁ

ଅଣଦେଖା କରିବା ଉଚିତ୍ ନୂହେଁ। ଆଶା ନବୀନ ବାବୁ

ଡାକି ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି ବିଜେଡି ନେତା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande