
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ବିଜେଡି
ଶୃଙ୍ଖଳା କମିଟି ସଦସ୍ୟ ଶାରଦା ଜେନା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦଳରେ କୌଣସି
ବିଶୃଙ୍ଖଳା ନାହିଁ । ଗଣମାଧ୍ୟମରେ ଯାହା ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ ।
ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଦଳର ସମସ୍ତ କର୍ମୀ ସମ୍ମାନ ଜଣାଇ ଆସୁଛନ୍ତି । ଲତିକା ପ୍ରଧାନଙ୍କ
ମନ୍ତବ୍ୟ ପ୍ରସଙ୍ଗରେ ଦଳ ବିଚାର କରୁଛି । ଦଳରେ କିଛି ବିଶୃଙ୍ଖଳା ନାହି । ଦଳରେ ମତ ଭିନ୍ନ
ରହିବା ସ୍ଵାଭାବିକ କିନ୍ତୁ ଦଳରେ କୌଣସି ମନାନ୍ତର ନାହିଁ ବୋଲି ଶାରଦା ଜେନା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା