
ଭୁବନେଶ୍ୱର, 13 ଜାନୁଆରି (ହି.ସ.)
ଜଣ୍ଡିସର କାରଣ ଜାଣିବା
ପରେ ଲଗାଯିବ ଆକ୍ୱାଗାର୍ଡ
- ସ୍କୁଲରେ
ଜଣ୍ଡିସ ନିରାକରଣ ପାଇଁ ସବୁ ଜିଲ୍ଲାର ଡିଇଓ ମାନଙ୍କୁ ସତର୍କ ରହିବ ପାଇଁ ନିର୍ଦ୍ଦେଶ ଦିଆଯିବ
ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସେ କହିଛନ୍ତି ଯେ,
ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନେବୁ। ସ୍କୁଲରେ ଜଣ୍ଡିସ ବ୍ୟାପିବା ଚିନ୍ତାର
ବିଷୟ। ଏହାର ନିରାକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ତାର କାରଣ ଜାଣିବା ଆବଶ୍ୟକତା ରହିଛି । ଗନ୍ଦିଆ ବ୍ଲକରେ ଦୁଇ ଜଣ ପିଲା
ଜଣ୍ଡିସରେ ଆକ୍ରାନ୍ତ ଅଛନ୍ତି। ତାର ଚିକିତ୍ସା କରାଯାଉଛି। ଏହା ହେଉଛି ପିଲାଙ୍କ ସମସ୍ୟା। ଆମେ
ଗୁରୁତର ସହ ନେଉଛୁ। ଜଣ୍ଡିସର କାରଣ ଜାଣିବା ପରେ ସେଠାରେ ଆକ୍ୱାଗାର୍ଡ ଲାଗିବ। ସ୍କୁଲରେ
କେଉଁଥିପାଇଁ ବ୍ୟାପୁଛି କଣ ଆବଶ୍ୟକତା ଅଛି ତାକୁ ଦେଖିବୁ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା