ଥାଇଲାଣ୍ଡରେ ଷଷ୍ଠ ଥାଇଲାଣ୍ଡ ଓପନ ମାଷ୍ଟର୍ସ ଗେମ୍ସ 2026ରେ ଗେଟବଲ ଚମ୍ପିୟାନସିପରେ ସେକେଣ୍ଡ ରନର୍ସଅପ ଟାଇଟଲ ଜିତିଲେ ଓଡ଼ିଆ ପୁଅ
ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଥାଇଲାଣ୍ଡରେ କମାଲ କଲେ ଓଡ଼ିଆ ପୁଅ । ଷଷ୍ଠ ଥାଇଲାଣ୍ଡ ଓପନ ମାଷ୍ଟର୍ସ ଗେମ୍ସ 2026ରେ ଗେଟବଲ ଚମ୍ପିୟାନସିପିରେ ସେକେଣ୍ଡ ରନର୍ସ ଅପ ଟାଇଟଲ ଜିଣି ଭାରତ ଓ ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଏହି ଗେମ୍ସ ଥାଇଲାଣ୍ଡର ବ୍ୟାଙ୍କକର ଚିନ୍ଦ
ଥାଇଲାଣ୍ଡରେ ଷଷ୍ଠ     ଥାଇଲାଣ୍ଡ ଓପନ ମାଷ୍ଟର୍ସ ଗେମ୍ସ 2026ରେ ଗେଟବଲ ଚମ୍ପିୟାନସିପରେ ସେକେଣ୍ଡ ରନର୍ସଅପ ଟାଇଟଲ     ଜିତିଲେ ଓଡ଼ିଆ ପୁଅ


ଭୁବନେଶ୍ୱର, 13 ଜାନୁଆରି (ହି.ସ.)- ଥାଇଲାଣ୍ଡରେ

କମାଲ କଲେ ଓଡ଼ିଆ ପୁଅ । ଷଷ୍ଠ ଥାଇଲାଣ୍ଡ ଓପନ ମାଷ୍ଟର୍ସ ଗେମ୍ସ 2026ରେ ଗେଟବଲ

ଚମ୍ପିୟାନସିପିରେ ସେକେଣ୍ଡ ରନର୍ସ ଅପ ଟାଇଟଲ ଜିଣି ଭାରତ ଓ ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଏହି

ଗେମ୍ସ ଥାଇଲାଣ୍ଡର ବ୍ୟାଙ୍କକର ଚିନ୍ଦାର୍କ ଷ୍ଟାଡିଅମରେ ଗତ ଜାନୁଆରୀ 8 ତାରିଖରୁ 11 ତାରିଖ

ଯାଏ ଚାଲିଥିଲା । ଏହି ଟୁର୍ନାମେଣ୍ଟରେ 11 ଟି ଦେଶ ପ୍ରତିନିଧିତ୍ୱ କରିଥିଲେ । ଭାରତୀୟ ଦଳ

ଅଧିନାୟକ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଗେଟ ବଲ ଭାରତୀୟ ଦଳରେ 12 ଜଣିଆ ଟିମରେ ଓଡିଶାର 9

ଖେଳାଳି ଥିଲେ । ଭାରତୀୟ ଟିମରେ ଗିରିଜା ନାୟକ, ଆଜାଜ ଅହେମ୍ମଦ, ଶରତ ପାତ୍ର, ସାଇ

ରାମେଶ୍ୱର, ରୁଦ୍ର, ପିକେ ସାହୁ, ଅଭିଜିତ ପଣ୍ଡା, ଜଗବିର ସନ୍ଦୀପ, ଏବଂ

ରାହୁଲ ଟିମ ରେ ଭାରତ ପାଇଁ ଖେଳି ଏହି ସୁନାମ ଅର୍ଜ୍ଜନ କରିଛନ୍ତି. ଏହି ଟିମର ମ୍ୟାନେଜର ଥିଲେ

ଦିଲୀପ ଷଡ଼ଙ୍ଗୀ । ଏହି ଟ୍ରଫି ହାସଲ ପରେ ସାରା ଦେଶ ଓ ରାଜ୍ୟରୁ ବହୁ ପ୍ରଶଂସକ ଓଡ଼ିଆ ଖେଳାଳି

ଓ ଭାରତୀୟ ଟିମକୁ ସ୍ୱାଗତ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande