ଘରେ ଲାଗିଲା ନିଆଁ, ଅଳ୍ପକେ ଟଳିଲା ବଡ଼ ବିପତି
ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – ମାଲକାନଗିିରି ସହରରୁ ଆସୁଛି ଏକ ବଡ଼ ଖବର! ମାଲକାନଗିରିରେ ଅଳ୍ପକେ ଟଳିଲା ବଡ଼ ବିପତି। ଉତ୍ସବର ମାହୋଲ ବଦଳିଗଲା ଆତଙ୍କରେ! ପଙ୍ଗଲ୍ ପାଳନ ବେଳେ ଧୁ ଧୁ ହୋଇ ଜଳିଲା ଘର। ମାଲକାନଗିରି ସହରର ୬ ନମ୍ବର ୱାର୍ଡ ସ୍ଥିତ କୁପିଲି ଢେପ ସାହିରେ ଆଜି ଏକ ହୃଦୟଥରା ଘଟଣା ଦେଖ
ଘରେ ଲାଗିଲା ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି


ଘରେ ଲାଗିଲା ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି


ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – ମାଲକାନଗିିରି ସହରରୁ ଆସୁଛି ଏକ ବଡ଼ ଖବର! ମାଲକାନଗିରିରେ ଅଳ୍ପକେ ଟଳିଲା ବଡ଼ ବିପତି। ଉତ୍ସବର ମାହୋଲ ବଦଳିଗଲା ଆତଙ୍କରେ! ପଙ୍ଗଲ୍ ପାଳନ ବେଳେ ଧୁ ଧୁ ହୋଇ ଜଳିଲା ଘର।

ମାଲକାନଗିରି ସହରର ୬ ନମ୍ବର ୱାର୍ଡ ସ୍ଥିତ କୁପିଲି ଢେପ ସାହିରେ ଆଜି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି। ପବିତ୍ର ମକର ସଂକ୍ରାନ୍ତି ତଥା ତେଲୁଗୁ ସମ୍ପ୍ରଦାୟର ଶ୍ରେଷ୍ଠ ପର୍ବ 'ପଙ୍ଗଲ୍‌' ପାଇଁ ଘର ସାରା ଖୁସିର ମାହୋଲ ଥିଲା। ନୂତନ ଏସ ବି ଆଇ ବ୍ୟାଙ୍କ ନିକଟସ୍ଥ ଏକ ପରିବାରରେ ଉତ୍ସବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଲାଗିଯାଇଥିଲା ନିଆଁ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଖବର ପାଇବା ମାତ୍ରେ ମାଲକାନଗିରି ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତିରେ ଘଟଣାସ୍ଥଳରେ ପହଂଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତତ୍ପରତା ଯୋଗୁଁ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଛି। ତେବେ ସବୁଠାରୁ ବଡ଼ ଆଶ୍ୱସ୍ତିର ଖବର ହେଉଛି, ଏହି ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ପର୍ବ ଦିନରେ ଏଭଳି ଅଘଟଣ ସମଗ୍ର ସାହି ବାସିନ୍ଦାଙ୍କୁ ସ୍ତବ୍ଧ କରିଦେଇଛି। ଅଗ୍ନିଶମ ବାହିନୀର ଏହି ସଫଳ ଅପରେସନ ଯୋଗୁଁ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande