ପରକୁ ଆପଣେଇ ନେବାରେ ମାହିର କଳାହାଣ୍ଡିଆ : କଳାହାଣ୍ଡି ଉତ୍ସବ ଘୁମୁରା ଦ୍ଵିତୀୟ ସନ୍ଧ୍ଯା
ଭବାନୀପାଟଣା, ୧୬ ଜାନୁଆରୀ (ହି.ସ.)- କଳାର ଅପୂର୍ବ କ୍ଷେତ୍ର କଳାହାଣ୍ଡି। ଏ ଜିଲ୍ଲାର ସାଧାରଣ ଲୋକଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ ହୋଇଥିଲେ ହେଁ ପରକୁ ଆପଣେଇ ନେବାରେ କଳାହାଣ୍ଡିଆମାନେ ବେଶ ମାହିର। ଥରେ ଯିଏ ଏ ମାଟିରେ ପାଦ ଥାପିଛି, ନିଜକୁ ଭୁଲିଯାଇଛି ଏଠାକାର ଜୀବନ ସ୍ରୋତରେ ନିଜକୁ ମିଶେଇ ଦେଇଛି।
ପରକୁ ଆପଣେଇ ନେବାରେ ମାହିର କଳାହାଣ୍ଡିଆ ଦ୍ଵିତୀୟ ଦିବସରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬


ଭବାନୀପାଟଣା, ୧୬ ଜାନୁଆରୀ (ହି.ସ.)- କଳାର ଅପୂର୍ବ କ୍ଷେତ୍ର କଳାହାଣ୍ଡି। ଏ ଜିଲ୍ଲାର ସାଧାରଣ ଲୋକଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ ହୋଇଥିଲେ ହେଁ ପରକୁ ଆପଣେଇ ନେବାରେ କଳାହାଣ୍ଡିଆମାନେ ବେଶ ମାହିର। ଥରେ ଯିଏ ଏ ମାଟିରେ ପାଦ ଥାପିଛି, ନିଜକୁ ଭୁଲିଯାଇଛି ଏଠାକାର ଜୀବନ ସ୍ରୋତରେ ନିଜକୁ ମିଶେଇ ଦେଇଛି। କଳାହାଣ୍ଡି କେବଳ ଏକ ଭୂଖଣ୍ଡ ନୁହେଁ, ହୃଦୟ ତନ୍ତ୍ରୀକୁ ହଲଚଲ କରିଦେବାର ଏକ ସୁମଧୁର ବୀଣାର ସୁର ଏଣୁ ମୁଁ ଏ ମାଟିକୁ ଭଲ ପାଏ, ଅତି ନିଜର ଭାବେ। ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରି ଚାଲିଥିବା ଜିଲ୍ଲାବାସୀଙ୍କ ଆତିଥ୍ୟ ଆଦୌ ଭୁଲିହେବନି ବୋଲି ନିଜ ବକ୍ତବ୍ୟରେ କଳାହାଣ୍ଡିର ଭୁରିଭୁରି ପ୍ରଶଂସା କରିଛନ୍ତି ରଖିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର। କଳାହାଣ୍ଡି ଉତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ମହାପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ ସବିତା ମେହେର, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କଲମପୁର ବ୍ଲକ ଅଧ୍ୟକ୍ଷ ଜ୍ୟୋତି ନାଏକ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ନୃପରାଜ ଯାଦବ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ହିମାଦ୍ରୀ ନାଏକ, ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ। ସହିଦ ରେଣ୍ଡୋମାଝୀ ମଞ୍ଚରେ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ସଙ୍ଗୀତ ବିଚିତ୍ରା।

ସେହିପରି ସଭା ପ୍ରାରମ୍ଭରେ ମହ୍ଲାର ଅନୁଷ୍ଠାନ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଶିଶୁ ଘୁମୁରା ଦଳ, ନୃତ୍ୟପ୍ରଜ୍ଞା ପବ୍ଲିକ ଚେରିଟେବୁଲ ଟ୍ରଷ୍ଟ ଓ କଳାହାଣ୍ଡି କଳାକେନ୍ଦ୍ର ଦ୍ୱାରା ଓଡିଶୀ ନୃତ୍ୟ, ଆସାମର ବୋଡା ନୃତ୍ୟ, ବଲାଙ୍ଗୀର କୋଶଲ ଫୋକ ଏକାଡେମୀ, ଗୁଜୁରାଟର ସିଦ୍ଧି ଧମାଲ, ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ସଙ୍ଗମ ଅନୁଷ୍ଠାନ ଓ ସୋହାଗପୁରର ବଜାଶାଲ, ସୁବର୍ଣ୍ଣପୁରର ରୁମକୁଝୁମା, ପ୍ରାଞ୍ଜଳ କଳାନିକେତନ ଓ ନୃତ୍ୟ ରସିକାର ସମ୍ବଲପୁରୀ ନୃତ୍ୟ, କାଶ୍ମିରୀ ନୃତ୍ୟ, ମାଆ ବଞ୍ଜାରୀ ନୃତ୍ୟ ଦଳ, ନୃତ୍ୟକଳା ଅନୁଷ୍ଠାନ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଷ୍ଟାର ନାଇଟ କାର୍ଯ୍ୟକ୍ରମରେ ଅମର ଦାସ ଓ ସାଥୀଙ୍କ ଦ୍ୱାରା ପରିବେଷିତ ମେଲୋଡି କାର୍ଯ୍ୟକ୍ରମ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande