
କେନ୍ଦୁଝର, ୧୬ ଜାନୁଆରୀ(ହି.ସ.) – ପାଟଣା ପ୍ରେସ କ୍ଳବର ବାର୍ଷିକ ସମ୍ମିଳନୀ ଶୁକ୍ରବାର ଗୁଳୁଦିପଶି ସ୍ଥିତ ବୈତରଣୀ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି କିଶୋର ଚନ୍ଦ୍ର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ପାଦକ ବିଜୟ ରତ୍ନ ପତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ କ୍ଳବକୁ କିପରି ଅଧିକ ସୁଦୃଢ କରି ପାଟଣା ଆଂଚର ବିଭିନ୍ନ ସମସ୍ୟା ଲୋକଲୋଚନକୁ ଆସିପାରିବ ଓ ସାଧାରଣ ଜନତା କିପରି ଉପକୃତ ହୋଇ ପାରିବେ ସେ ବିଷୟରେ ସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଆଲୋଚନା କରିଥିଲେ। ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳନ କରାଯିବା ପାଇଁ ନିଷ୍ପତି ହୋଇଥିଲା। ଶେଷରେ ଉପସଭାପତି ରଞ୍ଜନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରେସ କ୍ଳବର ସହ ସମ୍ପାଦକ କାମିନୀ କାନ୍ତ ଦ୍ୱିବେଦୀ, କୋଷାଧ୍ୟକ୍ଷ ଚିରଞ୍ଜିବୀ ଦାଶ, କାର୍ଯ୍ୟାଳୟ ସମ୍ପାଦକ ବିଜୟ କୁମାର କାରୁଆ, ପ୍ରେସ ବ୍ଲକ ଉପଦେଷ୍ଟା ଅଭିମନ୍ୟୁ ରାଉତ, ପାର୍ଥସାରଥୀ ପାତ୍ର, ନିଶିକାନ୍ତ ବେହେରା, ରବିନ୍ଦ୍ର ପୃଷ୍ଟି, ଉଗ୍ରସେନ ପୃଷ୍ଟି,ଦଶରଥ ବାରିକ, ଜିତେନ୍ଦ୍ର କୁମାର ସେଠୀ ଓ ରତି ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA