ଖଡ଼ିଆଳ ରାଜାଙ୍କ ପାଖରେ ଅଛି ଓଡ଼ିଶାର ପ୍ରଥମ ଟାଇପ ରାଇଟର ମେସିନ
Odisha, 16 ଜାନୁଆରି (ହି.ସ.) *ଖଡ଼ିଆଳ ରାଜାଙ୍କ ପାଖରେ ଅଛି ଓଡ଼ିଶାର ପ୍ରଥମ ଟାଇପ ରାଇଟର ମେସିନ* ନୂଆପଡ଼ା, ୧୬ ଜାନୁଆରୀ (ହି.ସ.)- କମ୍ପ୍ୟୁଟରର ବହୁଳ ପ୍ରସାରଣ ପୂର୍ବରୁ ଏକଦା ଟାଇପ ରାଇଟର ମେସିନ ମାଧ୍ୟମରେ ହିଁ ବିଭିନ୍ନ କାର୍ଯ୍ୟାଳୟର ନଥିପତ୍ରକୁ ଟାଇପ କରି ରଖା ଯାଉଥୁଲା। ବର୍ତ୍ତମାନ ଏହି
Khariar raja nka pakhe type machine


Odisha, 16 ଜାନୁଆରି (ହି.ସ.)

*ଖଡ଼ିଆଳ ରାଜାଙ୍କ ପାଖରେ ଅଛି ଓଡ଼ିଶାର ପ୍ରଥମ ଟାଇପ ରାଇଟର ମେସିନ*

ନୂଆପଡ଼ା, ୧୬ ଜାନୁଆରୀ (ହି.ସ.)- କମ୍ପ୍ୟୁଟରର ବହୁଳ ପ୍ରସାରଣ ପୂର୍ବରୁ ଏକଦା ଟାଇପ ରାଇଟର ମେସିନ ମାଧ୍ୟମରେ ହିଁ ବିଭିନ୍ନ କାର୍ଯ୍ୟାଳୟର ନଥିପତ୍ରକୁ ଟାଇପ କରି ରଖା ଯାଉଥୁଲା। ବର୍ତ୍ତମାନ ଏହି ମେସିନ ଦେଖା ଯାଉ ନଥୁବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟ ଓ ଲୋକଙ୍କ ପାଇଁ କମ୍ପ୍ୟୁଟର ହିଁ ଲିଖନ ସାମଗ୍ରୀ ଭାବରେ ବ୍ୟବହାର କରାଯାଉଛି। ଓଡିଶାର କୋରାପୁଟ ରାଜାଙ୍କ ପାଖରେ ପ୍ରଥମେ ଏହି ଟାଇପ ରାଇଟର ମେସିନ ଥିଲା। ତାହା ବର୍ତ୍ତମାନ ଖଡିଆଳ ରାଜାଙ୍କ ସଂଗ୍ରହାଳୟରେ ଥିବା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂଦେଓ ଦାବି କରନ୍ତି। ବିଶିଷ୍ଟ ପ୍ରତ୍ନତାତ୍ତ୍ଵିକ, ଗବେଷକ ତଥା ଖଡିଆଳ ରାଜା ଡଃ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ କହିବା ଅନୁଯାୟୀ ପ୍ରଥମ ଥର କୋରାପୁଟର ରାଜା ବିକ୍ରମ ଦେଓ ଓଡିଆ ଲିପିର ବ୍ୟବହାର ଉପରେ ସବିଶେଷ ତଥ୍ୟ ସହ ଆନୁଷଙ୍ଗିକ ସାମଗ୍ରୀ ପ୍ରେରଣ କରି ଲଣ୍ଡନର ଏକ କମ୍ପାନି ଠାରୁ ପ୍ରଥମ ଓଡିଆ ଟାଇପ ରାଇଟର ମେସିନ ତିଆରି କରାଇଥିଲେ । ଏକ ଫୁଟ ଦୀର୍ଘ ପ୍ରସ୍ତ ବିଶିଷ୍ଟ ଟାଇପ ରାଇଟର ମେସିନରେ ବିକ୍ରମ ଦେଓ ବୋଲି ଉପର ଭାଗରେ ଖୋଦେଇ ହୋଇଛି। ଉକ୍ତ ମେସିନକୁ ବିକ୍ରମ ଦେଓ ନିଜର ବନ୍ଧୁ ଖଡିଆଳ ରାଜା ଆର୍ତ୍ତତ୍ରାଣ ସିଂଦେଓ ରାଜା ଥିବା ସମୟ (୧୯ ୨୧-୧୯୪୬)ରେ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ପରେ ରାଜା ଆର୍ତ୍ତତ୍ରାଣ ନିଜର କାକାପୁଅ ଭାଇ ରୁଦ୍ରମାଧବ ସିଂଦେଓଙ୍କୁ ପ୍ରଦାନ କରିଥିଲେ। ରୁଦ୍ରମାଧବ ଜଣେ କବି ଥିବାରୁ ଓ ଖଡିଆଳ ସାହିତ୍ୟ ସଙ୍ଗୀତ ଆଲୋଚନାର ଏକ ବିଶେଷ ପୀଠ ଥିବା ହେତୁ ନିଜ କବିତା ସବୁ ଉକ୍ତ ଟାଇପ ରାଇଟରରେ ଟାଇପ କରି ରଖୁଥିଲେ। ପରବର୍ତ୍ତି କାଳରେ ତାଙ୍କ ପରିବାରରେ କେହି ଜଣେ ଉକ୍ତ ମେସିନରେ ଜଡା ତେଲ ପକାଇ ଦେବାରୁ ତାହା ଅଚଳ ହୋଇପଡିଥିଲା । ଅଚଳ ହେବା ପରେ ତାହ ପୁନଃ ମରାମତି ହୋଇ ପାରିନଥିଲା । ବର୍ତ୍ତମାନର ରାଜା ତଥା ଐତିହାସିକ ଡଃ ଜିତାମିତ୍ର ପ୍ରସାଦ ସିଂଦେଓ ଉକ୍ତ ମେସିନକୁ ନିଜ ସଂଗ୍ରହାଳୟରେ ରଖିବା ସହ ଏହା ହିଁ ଓଡିଶାର ପ୍ରଥମ ଟାଇପ ରାଇଟର ମେସିନ ବୋଲି ଦାବି କରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande