ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବଲାଙ୍ଗିର 6 ଜାନୁଆରି (ହି.ସ.) ଲର୍ଣ୍ଣିଂ ଲିଙ୍କ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକ୍ ର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସି ଆର୍ ସି ସି ମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଗୁଡଭେଲା
ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ବଲାଙ୍ଗିର 6 ଜାନୁଆରି (ହି.ସ.) ଲର୍ଣ୍ଣିଂ ଲିଙ୍କ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକ୍ ର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସି ଆର୍ ସି ସି ମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଗୁଡଭେଲା ବ୍ଲକ୍ ର ୭୩ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟନ କରିଥିଲେ । ଉକ୍ତ ପ୍ରଶିକ୍ଷଣକୁ ଡାହିମାଲ କ୍ଲଷ୍ଟର ସି ଆର୍ ସି ସି ପ୍ରହଲ୍ଲାଦ ଦଣ୍ଡସେନା ଓ ଜାମୁଟ କ୍ଲଷ୍ଟର ସି ଆର୍ ସି ସି ରମେଶ ଭୋଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ପୁଇଁତଲା ବ୍ଲକ୍ ସଂଯୋଜକ ପ୍ରିତମ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ପ୍ରଶିକ୍ଷଣରେ ‘ରୋଡ୍ ଟୁ ସ୍କୁଲ୍ ʻ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶିକ୍ଷକ ରାଧାକାନ୍ତ ମେହେର ଏଲ୍ ଏଲ୍ ଏଫ୍ ଅନୁଷ୍ଠାନ ତରଫରୁ ରୋଡ ଟୁ ସ୍କୁଲ୍ କାଯ୍ୟକ୍ରମ ର ଏକାଡେମିକ୍ ମ୍ୟାନେଜର ଗୁଡଭେଲା ବ୍ଲକ ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍ଙ୍କୁ ନେତୃତ୍ୱ ପ୍ରଶିକ୍ଷଣ କୌଶଳ ର ଦକ୍ଷତା ଦୃଷ୍ଟାନ୍ତ ମାଧ୍ୟମରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ କରାଇ ଜୀବନ୍ତ ଭାବରେ ପରିପ୍ରକାଶ କରାଇଥିଲେ। ଯଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀ ଅତି ଆଗ୍ରହ ଓ ଉଦ୍ଦୀପନା ସହ ପ୍ରଶିକ୍ଷଣ ଗ୍ରହଣ କରି ଆତ୍ମ ସନ୍ତୋଷ ଲାଭ କରିଥିଲେ । ଶେଷରେ ଗୁଡଭେଲା ଓ ବଲାଙ୍ଗୀର ବ୍ଲକ୍ ସଂଯୋଜକ ତାରାପଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରୋଡ ଟୁ ସ୍କୁଲ୍ ପୁଇଁତଲା ବ୍ଲକ୍ କୋଡ଼ିନେଟର ଲିଙ୍ଗରାଜ ନନ୍ଦ ଓ ଗୁଡଭେଲା ବ୍ଲକ୍ କୋଡ଼ିନେଟର ତଥାଗାତ ବଗର୍ତ୍ତୀ, ରିଶୋସ୍ ପର୍ସନ ଜଗଜୀବନ ସାହୁ,ଜଗା ଶାମଲ,ଅବିନାଶ ଶାମଲ, ପ୍ରଶାନ୍ତ କୁମାର ମେହେର,ଚନ୍ଦନ କୁମାର ସାହୁ,ରୂପେଲି ଦୀପ,ପୂର୍ଣିମା ପଧାନ,ଅନିଶା ସାହୁ,ଶ୍ରୀମା ଜାନୀ ଓ ବୈଶାଳୀ ପାଣିଗ୍ରାହୀ ସକ୍ରୀୟ ସହଯୋଗ କରି ପ୍ରଶିକ୍ଷଣକୁ ସାଫଲ୍ୟ ମଣ୍ଡନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande