ଶାସନ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ପାଳିତ
ସମ୍ବଲପୁର, ୧୬ ଜାନୁଆରୀ (ହି.ସ.)- ସମ୍ବଲପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଆଜି ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତାରାବତୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ର
ଶାସନ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ପାଳିତ-୨


ଶାସନ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ପାଳିତ


ସମ୍ବଲପୁର, ୧୬ ଜାନୁଆରୀ (ହି.ସ.)- ସମ୍ବଲପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶାସନ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଆଜି ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତାରାବତୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ନାଉରି ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ, ଧନକଉଡଡା ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କରନ ଶର୍ମା, ଡାକ୍ତର ବିନୋଦ ବିହାରୀ ନାଏକ, ସମାଜସେବୀ ଆଶିଷ ହୋତା, ପଞ୍ଚସଖା ସେତୁର ସଭାପତି ଦୁଷ୍ମନ୍ତ ହୋତା ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ସହକାରୀ ଜିଲ୍ଲାପାଳ ସୀତାଂଶୁ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ l

ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରିୟଦୀପ୍ତି ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l

ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ସହ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା l

ଏହି ପରିପେକ୍ଷୀରେ ମୁଖ୍ୟବକ୍ତା ତାଙ୍କର ବକ୍ତବ୍ୟରେ କହିଲେ ଯେ, ପିଲାଙ୍କ ସୃଜନଶୀଳତା ବୁଦ୍ଧି ହିଁ ଉନ୍ନତ ବିଦ୍ୟାଳୟ ଗଠନରେ ଯେଉଁ ଭୂମିକା ନିଏ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଵାବକଙ୍କର ସହଭାଗିତା ତଥା ଦାୟିତ୍ୱବୋଧ ର ଭୂମିକା ତା'ଠାରୁ ଅଧିକ l ଛାତ୍ର ଛାତ୍ରୀ ଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଓ ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଶିକ୍ଷକ ଓ ସମାଜର କର୍ତ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l

ମୁଖ୍ୟ ଅତିଥି ଶ୍ରୀ ନାଏକ କହିଲେ ଯେ, ଶାସନର ଏହି ପିଏମ ଶ୍ରୀ ହାଇସ୍କୁଲର ଅନେକ ସୁନାମ ରହିଛି l ସେହି ପ୍ରତିଷ୍ଠାକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି l ସଭାପତିତ୍ୱ ବକ୍ତବ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରା କହିଲେ ଯେ, ଆମ ବିଦ୍ୟାଳୟ ପିଏମଶ୍ରୀ ର ମାନ୍ୟତା ପାଇବା ଏହି ଅଞ୍ଚଳ ପାଇଁ ଗୌରବର ବିଷୟ, କିନ୍ତୁ ବିଦ୍ୟାଳୟର ଐତିହ୍ୟ ଓ ପ୍ରତିଷ୍ଠା ଦୃଷ୍ଟିରୁ ବିଭିନ୍ନ କ୍ଷେତ୍ରରୁ ଆହୁରି ପ୍ରୋତ୍ସାହନର ଆବଶ୍ୟକତା ରହିଛି l ସାମୁହିକ ସହଯୋଗରେ ହିଁ ଏହା ସମ୍ଭବ ହୋଇପାରିବ l

ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ଛାତ୍ର ଛାତ୍ରୀଙ୍କର ଦ୍ୱାରା ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସା, କ୍ରୀଡାଙ୍ଗନା, ଦୋକାନ ବଜାର, ଆକାଂକ୍ଷା ମେଳା ଆଦି ଷ୍ଟଲ ଲଗାଯାଇଥିଲା, ଯାହାକୁ ଅତିଥି ମାନେ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ।

ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande