
ଜୟପୁର, ୧୬ ଜାନୁଆରୀ (ହି.ସ.)- ସରସ୍ବତୀ ବିଦ୍ୟାମନ୍ଦିର ସାରଦା ବିହାର ଜୟପୁର ୨୦୦୬ ମ୍ୟାଟ୍ରିକ ବ୍ୟାଚ ର ବଂଧୁମିଳନ କାର୍ଯ୍ୟକ୍ରମ ଟାଙ୍କୁଆ ଗ୍ରାମରେ ଆୟୋଜିତ ହୋଇଯାଇଛି।୨୦୦୬ ମସିହାର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବଂଧୁମିଳନ କାର୍ଯ୍ୟକ୍ରମର ମହତ୍ତ୍ୱ ସମ୍ବନ୍ଧରେ ମାର୍ଗଦର୍ଶନ କରିବା ସହ ଏହାକୁ ପାରିବାରିକ ତଥା ସାମାଜିକ ପରମ୍ପରାରେ ପରିଣତ ତଥା ନିୟମିତ ଆୟୋଜନ କରିବା ପାଇଁ ଆହ୍ୱାନ କରିଥିଲେ। ପ୍ରାକ୍ତନ ଆଚାର୍ଯ୍ୟ ସୁନୀଲ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କଉ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିବେକ ସିଂ, ସିଦ୍ଧାର୍ଥ ପାଢ଼ୀ, ଅନିଋଦ୍ଧ ପଣ୍ଡା, ସୁମନ ପାତ୍ର, ବିଶ୍ୱେଶ୍ୱର ପାତ୍ର, ଚିତ୍ତରଞ୍ଜନ, ସୁଶାନ୍ତ ବେହେରା ପ୍ରମୁଖ ବିଦ୍ୟାର୍ଥୀ ଜୀବନ ଅନୁଭୂତି ବର୍ଣ୍ଣନା କରିଥିଲେ। ଅତିଶ ସାବତ ପରିଚୟ ପ୍ରଦାନ କରିଥିବାବେଳେ ଅବିନାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଦୀପ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମୀର ସାହୁ, ସୌମ୍ୟରଂଜନ ପଟ୍ଟନାୟକ, ଶିବ ଗୌଡ଼, ଆହ୍ୱାନଦ୍ବୀପ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି