
ଖୋର୍ଦ୍ଧା, ୧୬ ଜାନୁଆରି (ହି.ସ.)- ଚଳିତ ବର୍ଷ ୨୦୨୬ ଚିଲିକା ବିଦେଶୀ ପକ୍ଷୀ ଡଲଫିନ୍ ସଂଖ୍ୟା କେତେ ଅଛି ତାହାର ଟିକିନିଖି ଗଣନା କରାଯିବ । ଆସନ୍ତା ୧୮ତାରିଖ ରେ ପକ୍ଷୀ ଗଣନା କରାଯିବ। ଏଥିପାଇଁ ୧୭ତାରିଖ ଟ୍ରେନିଂ ଦିଆଯିବ। ସମଗ୍ର ଚିଲିକା ରେ ହେବ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା ରେ ୨୨ ଟିମ ଗଠନ କରାଯାଇଛି। ପ୍ରତ୍ୟେକ ଟିମ ରେ ୫ ରୁ ୭ ଜଣ ସଦସ୍ୟ ରହିବେ। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଯଥା ବାଲୁଗାଁ, ରମ୍ଭା, ସାତପଡ଼ା, ନୂଆପଡା, ଟାଙ୍ଗୀ ରେଞ୍ଜ ଇଲାକାରେ ହେବ ପକ୍ଷୀ ଗଣନା । ଗୋଟିଏ ଦିନରେ ସରିବ ଏହି ପକ୍ଷୀ ଗଣନା କାର୍ଯ୍ୟ । ଚିଲିକା ରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି , ତାହାର ଗୋଟି ଗୋଟି କରି ଗଣତି କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ । ଯେଉଁଥିରେ ୧୮ ଗଣନା କାରୀ ଟିମ ସାମିଲି ହେବେ। ୧୯ତାରିଖରେ ଡଲଫିନ୍ ଗଣନା ପାଇଁ ହେବ ଟ୍ରେନିଂ । ତା'ପର ଦିନ ୨୦ ରୁ ୨୨ ତାରିଖ ୩ ଦିନ ଧରି ହେବ ଡଲଫିନ୍ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟ ରେ ବିଶେଷଜ୍ଞ , ଗବେଷକ , ରିସର୍ଚ୍ଚ ପର୍ସନ, ଟୁରିଷ୍ଟ ଗାଇଡ୍ ଏବଂ ଓୟୁଏଟି ର ଛାତ୍ର ଛାତ୍ରୀ ମାନେ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ ।
ବାଲୁଗାଁ-ବଡକୁଳ ସ୍ଥିତ ସିଡିଏ ର ରିସର୍ଚ୍ଚ ସେଂଟର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ର ଡିଏଫଓ ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି ।
-------------
ହିନ୍ଦୁସ୍ଥାନ ସମାଚାର / ରାକେଶ