
ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)- ଏୟାର ଇଣ୍ଡିଆର ସିଙ୍ଗାପୁର ଯାଉଥିବା ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ
ବୁଧବାର ରାତିରେ ନୂଆଦିଲ୍ଲୀକୁ ଫେରିଆସିଛି। ବିମାନରେ ଯାତ୍ରା କରୁଥିବା ୧୯୦ ଜଣ ଯାତ୍ରୀଙ୍କୁ
ବିକଳ୍ପ ବିମାନରେ ସିଙ୍ଗାପୁର ପଠାଯାଇଥିଲା।
ସୂତ୍ର ଅନୁସାରେ, ଏୟାର ଇଣ୍ଡିଆର ଡ୍ରିମଲାଇନର ବିମାନ (ଉଡାଣ ସଂଖ୍ୟା ଏଆଇ2380)ର
ଅକ୍ସିଲିଆରି ପାୱର ୟୁନିଟରେ ନିଆଁ ଲାଗିବାର ଚେତାବନୀ ମିଳିଥିଲା। ଏହି ନିଆଁ ଲାଗିବା ସମ୍ବନ୍ଧୀୟ
ଚେତାବନୀ କାରଣରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଉଡାଣଟି ଟେକଅଫ୍ ପରେ ସତ୍ତ୍ୱରେ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରକୁ ଫେରିଆସିଥିଲା। ପରେ
ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ସିଙ୍ଗାପୁର ପଠାଯାଇଥିଲା।
ଏୟାର ଇଣ୍ଡିଆର ଏକ ମୁଖପାତ୍ର କହିଛନ୍ତି ଯେ ୧୪ ଜାନୁଆରୀରେ ନୂଆଦିଲ୍ଲୀରୁ ସିଙ୍ଗାପୁର
ଯାଉଥିବା ଏଆଇ2380 ଉଡାଣର ପରିଚାଳନା ଦଳ ସମ୍ଭାବ୍ୟ ଯାନ୍ତ୍ରିକ
ସମସ୍ୟା ଦେଖି ଉଡାଣ ଆରମ୍ଭ ହେବାର କିଛି ସମୟ ପରେ ଏହାକୁ ସାବଧାନତା ସ୍ୱରୂପ ଦିଲ୍ଲୀକୁ ଫେରାଇ
ଆଣିବା ନିଷ୍ପତ୍ତି ନେଇଥିଲେ। ମୁଖପାତ୍ର କହିଛନ୍ତି ଯେ ବିମାନଟି ନୂଆଦିଲ୍ଲୀରେ ସୁରକ୍ଷିତ ଭାବେ
ଅବତରଣ କରିଥିଲା। ଦିଲ୍ଲୀରେ ଆମ ଟିମ୍ଗୁଡ଼ିକ ଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକ ସହଯୋଗ
ଯୋଗାଇଥିଲେ ଏବଂ ସେମାନଙ୍କୁ ବିକଳ୍ପ ବିମାନରେ ସିଙ୍ଗାପୁରକୁ ପଠାଯାଇଥିଲା। ଏହି ଅପ୍ରତ୍ୟାଶିତ
ପରିସ୍ଥିତି ହେତୁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା