
ପ୍ରୟାଗରାଜ, ୧୬ ଜାନୁଆରୀ (ହି.ସ.)- ଗୁରୁବାର ରାତିରେ ମାଘ ମେଳା ଅଂଚଳର ସେକ୍ଟର ୫ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ ଘଟି ମୁଜାଫରନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଉମେଶ ମିଶ୍ରଙ୍କ ସମ୍ପର୍କୀୟ ମାନସ ମିଶ୍ର (୩୫)ଙ୍କ ମୃତ୍ୟୁ ଘଟିଛି । ମାନସଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମାଘ ମେଳା ପୋଲିସ ଅଧିକ୍ଷକ ନୀରଜ କୁମାର ପାଣ୍ଡେ ଶୁକ୍ରବାର କହିଛନ୍ତି ଯେ, ଗୁରୁବାର ରାତିରେ ମେଳା ଅଂଚଳର ସେକ୍ଟର ୫ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ପାଇବା ମାତ୍ରେ ଦମକଳ ବାହିନୀ ଦମକଳ ଗାଡ଼ି ସହିତ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରୟାଗରାଜ ଜିଲ୍ଲାର ସରାୟ ଇନାୟତ ଥାନା ଅନ୍ତର୍ଗତ ଲୀଲାପୁର ଗ୍ରାମର ବାସିନ୍ଦା ମାନସ ମିଶ୍ର ନିଆଁରେ ପୋଡ଼ି ଯାଇଥିଲେ । ତାଙ୍କୁ ତୁରନ୍ତ ସ୍ୱରୂପ ରାଣୀ ନେହେରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ସଦସ୍ୟମାନେ ହସ୍ପିଟାଲକୁ ଯାଇଥିଲେ । ପୋଲିସ ଶୁକ୍ରବାର ସକାଳେ ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ