ରଫାଖାଲ ଗ୍ରାମରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ
ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ଆଗଲପୁର ବ୍ଳକ ସାଲେଭଟା ନିକଟସ୍ଥ ରଫାଖାଲ ଗ୍ରାମର ସୁଦର୍ଶନ ଯୋଗାଶ୍ରମ ଠାରେ ୩୫ ତମ ଅଖଣ୍ଡ ବ୍ରହ୍ମଯଜ୍ଞ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ମକର ସଂକ୍ରାନ୍ତି ଉତ୍ସବ ଯୋଗାଶ୍ରମ କମିଟୀ ଦ୍ୱାରା ପାଳନ କର
ରଫାଖାଲ ଗ୍ରାମରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ ।


ରଫାଖାଲ ଗ୍ରାମରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ ।


ରଫାଖାଲ ଗ୍ରାମରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ ।


ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ଆଗଲପୁର ବ୍ଳକ ସାଲେଭଟା ନିକଟସ୍ଥ ରଫାଖାଲ ଗ୍ରାମର ସୁଦର୍ଶନ ଯୋଗାଶ୍ରମ ଠାରେ ୩୫ ତମ ଅଖଣ୍ଡ ବ୍ରହ୍ମଯଜ୍ଞ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ମକର ସଂକ୍ରାନ୍ତି ଉତ୍ସବ ଯୋଗାଶ୍ରମ କମିଟୀ ଦ୍ୱାରା ପାଳନ କରାଯାଇଥିଲା । କୁମୁଦ ଚନ୍ଦ୍ର ସା ମହାପ୍ରଭୁଙ୍କ ମନ୍ତ୍ରପାଠ କରିଥିଲେ । ବନମାଳୀ ଦିଶ୍ରୀଙ୍କ ଦ୍ଵାରା ସମସ୍ତ ପୂଜାକାର୍ଯ୍ୟ ନିଷ୍ଠାର ସହ ସଂପାଦନ କରାଯାଇ ମାନବ କଲ୍ୟାଣାର୍ଥେ ଘୃତାହୁତୀ ପକାଇ ପୃଥିବୀର ଶାନ୍ତି କାମନା କରିଥିଲେ । ଉପସ୍ଥିତ ଭକ୍ତବୃନ୍ଦ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସି ଉକ୍ତ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇଥିଲେ । ରାତିରେ ଭଜନ, କୀର୍ତ୍ତନ୍ୟ, ଭାଗବତ ପାରାୟଣ ହୋଇଥିଲା । ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଅନ୍ନପ୍ରସାଦ ସେବନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗାଶ୍ରମ କମିଟୀର ସଭାପତି ମହନ ସ୍ୱାଇଁ ସଂପାଦକ ପରୀକ୍ଷିତ ମେହେର, ସଭ୍ୟ ପଞ୍ଚାନନ ଠାକୁର, ଦଉଲତ ସା, ବାବୁଲୁ ପଟେଲ, ତେଜ ସା, ଦୋଳଗୋବିନ୍ଦ ମେହେର, ଗୁଣନିଧି ମେହେର, କିଶୋର ପଧାନ,ସନ୍ତେଷ ସାହୁ, ଗୌରାଙ୍ଗ ସାହା ପ୍ରମୁଖ ସହଯୋଗ କରିଥିଲେ । ପ୍ରାଦେଶିକ ପଣ୍ଡରା ମହାସଂଘର ସଭାପତି ରସରାଜ ସା ଙ୍କ ସମେତ ସଭ୍ୟ ବିନୋଦ ଭୋଇ, ମାନଭଞ୍ଜନ ସା, ବିଦ୍ୟାଧର ଦ୍ୱାରୀ, ମୋହନ ବିଶି, ପ୍ରେମାନନ୍ଦ ବିଶି, କବିତା ସାହୁ, ଯୋଗଦେଇଥିଲେ ଏବଂ ପ୍ରତିବର୍ଷ ପବିତ୍ର ମକର ସଂକ୍ରାନ୍ତିରେ ଏହିପରି କାର୍ଯ୍ୟକ୍ରମ ଅବ୍ୟାହତ ରଖି ପଣ୍ଡରା ସମାଜର ମଙ୍ଗଳ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande