
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ନଗର ଇଚ୍ଛାପୁର ସ୍ଥିତ ମାଉସୀ ମା ମନ୍ଦିର ନିକଟରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସାପ୍ତାହିକ ମିଳନ କେନ୍ଦ୍ର ପ୍ରତିଷ୍ଠା ହେବାସହ ହନୁମାନ ଚାଳିଶା ପଠନ କରାଯାଇ ବହୁ ନୂତନ କାର୍ଯ୍ୟକର୍ତାଙ୍କୁ ସଂଗଠନରେ ଯୋଡ଼ିବା ସହ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା। ସୁସ୍ଥ ସମାଜ ଗଠନ ଏବଂ ନିଜ ସଂସ୍କୃତି, ମନ୍ଦିର, ପରମ୍ପରା, ଧର୍ମର ପ୍ରଚାର ପ୍ରସାର ହେବ ସେଥି ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତ ଏବଂ ଜିଲ୍ଲା ସହ ସଂଯୋଜକ ନୀଳକଣ୍ଠ ସ୍ୱାଇଁଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକକୁ ପରିଚାଳନା କରିଥିଲେ ଚନ୍ଦନ ମହାନ୍ତି, ସର୍ବଜିତ ମହାନ୍ତି, ଦିବ୍ୟରଞ୍ଜନ ସାହୁ ସମିର ସେଠି ମାନସ ଭାଇ।
.......................................
ହିନ୍ଦୁସ୍ଥାନ ସମାଚାର / ରବି