
Bhubaneswar, 15 ଜାନୁଆରି (ହି.ସ.)
ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସମ୍ପର୍କ ରେ ଲୋକଙ୍କୁ ସଚେତନ କରିବାକୁ ବିରୋଧୀ ଦଳ ନେତାଙ୍କ ପରାମର୍ଶ.
ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ବିଜୁ ଜନତା ଦଳ ର ୧୦ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଦଳୀୟ କାର୍ଯ୍ୟକ୍ରମ କୁ ଗାଁ ଗାଁ ରେ ବ୍ୟାପକ କରିବା ସହ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ କାମ ବିଷୟ ରେ ବିଶେଷ କରି ଚାଷୀ ଙ୍କ ସମସ୍ୟା,ଧାନ କିଣା ସ୍ଥିତି ସମ୍ପର୍କରେ ମଧ୍ୟ ସେ ପଚାରି ବୁଝି ଥିଲେ.। ବିଜୁ ଜନତା ଦଳ ର ଆଦର୍ଶ ରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ।
ଆଜିର ବୈଠକ ରେ ବିଧାୟିକା ବର୍ଷା ସିଂହ ବରିହା ,ବିଧାୟକ ସର୍ବଶ୍ରୀ ମନୋହର ରନ୍ଧାରୀ, ଧ୍ରୁବଚରଣ ସାହୁ, ରମେଶ ଚନ୍ଦ୍ର ବେହେରା, ଗଣେଶ୍ୱର ବେହେରା, ପ୍ରଶାନ୍ତ କୁମାର ବେହେରା,ନଳିନୀକାନ୍ତ ପ୍ରଧାନ, ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ କୁମାର ଦିଶାରୀ,ଓ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା