
ଜୟପୁର, ୧୫ ଜାନୁଆରୀ (ହି.ସ.)-
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାକ୍ତନ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ସୋମନାଥ ପାତ୍ରଙ୍କ ୧୦୨ ବର୍ଷ ବୟସରେ ଆଜି ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। ଜଣେ ପ୍ରବୀଣ ବକ୍ତା ତଥା ଉତ୍କୃଷ୍ଟ ସାହିତ୍ୟର ରଚୟିତା ହିସାବରେ ସେ ଓଡ଼ିଶାରେ ପରିଚିତ। ଗୀତା ବିଚାର ଭଳି ପୁସ୍ତକ ରଚନା କରି କିଭଳି ମହାଭାରତ ଗ୍ରନ୍ଥରୁ ଶିକ୍ଷା ମିଳେ, ଦୁର୍ବଳକୁ ସାହାଯ୍ୟ କରିବା ଏବଂ ନ୍ୟାୟ ଦେବା ହେଉଛି ଧର୍ମ ତାକୁ ପ୍ରତିପାଦିତ କରିଛନ୍ତି। ସେହି ମହାନ ବ୍ୟକ୍ତିତ୍ୱଙ୍କର ମୃତ୍ୟୁରେ ଆଜି ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ କୃଷକ ସଭାର ନେତା ଶ୍ରୀ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।
ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ଭୂବନ କମାର, ସୁବାଷ ବେହେରା, ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି