ଶିଶୁ ମନ୍ଦିର ରାସ୍ତାରୁ ଧୋବା ସାହି ରାସ୍ତା ବିଛିନ୍ନ ଦାବିରେ ପିଲାଙ୍କ ଧାରଣା
ଭୁବନ, ୧୫ ଜାନୁଆରୀ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ମୁଖ୍ୟ ରାସ୍ତାରୁ ଧୋବାସାହି ଗାଁ ରାସ୍ତାକୁ ବିଛିନ୍ନ କରିବାକୁ ଦାବି ହୋଇଛି । ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ସମସ୍ୟା ସମାଧାନ ନହେବାରୁ ସ୍କୁଲ ପିଲାମାନେ ଧାରଣାରେ ବସିଥିଲେ । ପ୍ରାପ୍ତ ଖ
ଶିଶୁ ମନ୍ଦିର ରାସ୍ତାରୁ ଧୋବା ସାହି ରାସ୍ତା ବିଛିନ୍ନ ଦାବିରେ ପିଲାଙ୍କ ଧାରଣା


ଭୁବନ, ୧୫ ଜାନୁଆରୀ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ମୁଖ୍ୟ ରାସ୍ତାରୁ ଧୋବାସାହି ଗାଁ ରାସ୍ତାକୁ ବିଛିନ୍ନ କରିବାକୁ ଦାବି ହୋଇଛି । ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ସମସ୍ୟା ସମାଧାନ ନହେବାରୁ ସ୍କୁଲ ପିଲାମାନେ ଧାରଣାରେ ବସିଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଯମୁନାକୋଟ ଗ୍ରାମପଞ୍ଚାୟତ ଅଧୀନରେ ୫ ଲକ୍ଷ ଟଙ୍କା ବ୍ୟୟରେ ମନରେଗା ( ଭି ବି ଜିରାମ ଜି) ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଶିଶୁ ମନ୍ଦିର ମୁଖ୍ୟ ରାସ୍ତା ସହ ସଂଯୋଗ କରାଯିବା ଫଳରେ ଦୈନିକ ଟ୍ରକ୍, ଟ୍ରାକ୍ଟର, ମୋଟର ସାଇକେଲ ଏହି ରାସ୍ତାରେ ଯିବା ଆସିବା କରୁଛି । ଏଥିପାଇଁ କୋମଳମତି ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ପୂର୍ବରୁ ଧୋବା ସାହିକୁ ଅଲଗା ଜାଗାରୁ ରାସ୍ତା ଥିବାବେଳେ ବର୍ତମାନ ହୀନ ରାଜନୈତିକ ଉଦ୍ଦେଶ୍ୟରେ ଏହି ରାସ୍ତାକୁ ଶିଶୁ ମନ୍ଦିର ରାସ୍ତାରେ ସଂଯୋଗ କରାଯାଇଛି ଓ ଶିଶୁ ମନ୍ଦିରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ରାସ୍ତା ନିର୍ମାଣ ଆରମ୍ଭରୁ ଶିଶୁ ମନ୍ଦିର ସମ୍ପାଦକ ଏହି ରାସ୍ତାକୁ ଅନ୍ୟତ୍ର ନେବାପାଇଁ ସ୍ଥାନୀୟ ସରପଞ୍ଚ ରଞ୍ଜନ ବାରିକଙ୍କୁ ନିବେଦନ କରିଥିଲେ । ସରପଞ୍ଚ ଶ୍ରୀ ବାରିକ ଧୋବା ସାହି ରାସ୍ତା ଅନ୍ୟ ସ୍ଥାନରେ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପରବର୍ତୀ ସମୟରେ ଏହି ରାସ୍ତାକୁ ଶିଶୁ ମନ୍ଦିର ମୁଖ୍ୟ ରାସ୍ତାରେ ସଂଯୋଗ କରାଯାଇଥିଲା । ଗତ ୧୨ ତାରିଖ ସୋମବାର ଦିନ ସ୍କୁଲ ପିଲାମାନେ ଛୁଟି ହେବା ସମୟରେ ଦୁଇଟି ଟ୍ରାକ୍ଟର ମୁହାଁ ମୁହିଁ ହୋଇ ହୋଇଥିଲେ । ଦୁର୍ଭାଗ୍ୟକୁ ଗୋଟିଏ ପିଲା ଟ୍ରାକ୍ଟର ମଝିରେ ଫସି ଯାଇ ଚିତ୍କାର କରିବାରୁ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଗୁରୁଜୀ, ଗୁରୁମା ମାନେ ଉଦ୍ଧାର କରିଥିଲେ । ତହିଁ ପରଦିନ ଶିଶୁଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ତରଫରୁ ସିମେଣ୍ଟ ଖୁଣ୍ଟ ସହ ତାରବାଡ ଦିଆଯାଇଥିଲା । ୧୪ ତାରିଖ ମକର ସଂକ୍ରାନ୍ତି ଛୁଟି ଥିବାବେଳେ ଦୃର୍ବୁତ୍ତ ମାନେ ଏହି ତାରବାଡ ଭାଙ୍ଗି ଦେଇଥିଲେ । ଏଥି ସକାଶେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇ ଗୁରୁବାର ଶିଶୁମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ବିଦ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧାରଣା ଦେଇଥିଲେ ।

ଅର୍ଥ ହଡପ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅତ୍ୟନ୍ତ ତରବରିଆ ଓ ଯାହି ତାହି ଭାବେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାମ କରାଯାଉଛି । ପ୍ରାୟ ୫୦ ଟ୍ରିପ ( ଟ୍ରାକ୍ଟର) ମାଟି, ମୋରମ ପକାଇ ୫ ଲକ୍ଷ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପିଲାଙ୍କ ସୁରକ୍ଷା ପ୍ରତି ଦୃଷ୍ଟିଦେଇ ଏହି ରାସ୍ତା କାମର ତଦନ୍ତ କରିବା ସହ ଧୋବା ସାହି ରାସ୍ତାକୁ ଅନ୍ୟତ୍ର ସଂଯୋଗ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande