ଚୋରା ମଦ ଜବତ ୭ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧାନରେ କେନ୍ଦ୍ରାପଡ଼ାଜିଲ୍ଲା ର ମାର୍ଶାଘାଇ, ପାଟକୁରା, ପଟ୍ଟାମୁଣ୍ଡେଇ ଟାଉନ ଓ ପଟ୍ଟାମୁଣ୍ଡେଇ ରୁରାଲ ଥାନ। ଅଧିନସ୍ଥ ବିଭିନ୍ନ ସ୍
---------------ଚୋରା ମଦ ଜବତ ୭ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧାନରେ କେନ୍ଦ୍ରାପଡ଼ାଜିଲ୍ଲା ର ମାର୍ଶାଘାଇ, ପାଟକୁରା, ପଟ୍ଟାମୁଣ୍ଡେଇ ଟାଉନ ଓ ପଟ୍ଟାମୁଣ୍ଡେଇ ରୁରାଲ ଥାନ। ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ କରାଯାଇ ଶ।ନମୂଳବସନ୍ତ ଗ୍ରାମର ଚନ୍ଦ୍ରଶେଖର ସେଠୀଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ଲୋକନାଥପୁର ଗ୍ରାମର ରାଜେନ୍ଦ୍ର ମଳିକଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ, ସିଂହନାଥପୁର ଗ୍ରାମର ଦିପୁ ନାୟକଙ୍କ ଠାରୁ ୨୪ ଲିଟର ଦେଶୀ ମଦ, ଟିଖିରୀ ଗ୍ରାମର କଙ୍କଳି ବେହେରାଙ୍କ ଠାରୁ ୯୧୫ ଲିଟରଦେଶୀ ରନ୍ଧା ଗୁଡ ପୋଚ, ନାଳଦିଅପ।ଳଦ ଗ୍ରାମର ଅରୁଣ କୁମାର ବେହେରାଙ୍କ ଠାରୁ ୧୪ ବିଦେଶୀ ମଦ, ସିନ୍ଧା ଗ୍ରାମର ରଞ୍ଜନ ନାୟକଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ବନ୍ଧକଟା ଗ୍ରାମର ଗଣେଶ ବେହେରାଙ୍କ ଠାରୁ ୨୨ ଲିଟର ଦେଶୀ ମଦ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୧୦୩୦ ଲିଟର ଦେଶୀ, ବିଦେଶୀ ଓ ଦେଶୀ ରନ୍ଧାଗୁଡ ପୋଚା ମଦ ଜବତ କରାଯାଇ ୦୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରିକ୍ଷକ ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକ ଓ ଅନ୍ୟ କର୍ମଚାରି ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande