
ମାଲକାନଗିରି, ୧୫ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ପୋଲିସ ବେଆଇନ ଭାବେ ବାଲି ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟରକୁ ଜବତ କରିଛି।
କୋରୁକୋଣ୍ଡା ଥାନା ଅଧିକାରୀ ଆର ବିଜୟୀ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମହାପ୍ରଶାଦ ନାୟକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ କୋରୁକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟା ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ରାସ୍ତାର ସିରାଗୁଡା ଛକଠାରେ ବାଲି ବୋଝଇ କରି ଆସୁଥିବା ଗୋଟାଏ ଟ୍ରାକ୍ଟର ନମ୍ବର (ଓଡି୩୦ଇ ୮୯୦୬) କୁ ଅଟକାଇ ଯାଞ୍ଚ କରିଥିଲେ। ଟ୍ରାକ୍ଟର ଚାଳକ ତ୍ରିନାଥ ଖିଲ କୌଣସି କାଗଜପତ୍ର ପତ୍ର ଦେଖାଇପାରି ନ ଥିବାରୁ ଏସଆଇ ଶ୍ରୀ ନାୟକ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ। ଏନେଇ ଥାନାରେ ଏକ କେସ ନମ୍ବର-୫/ ୨୬ରେ ଘଟଣାର ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ଏସଆଇ ପ୍ରଶାନ୍ତ କୁମାର ସାବତ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ