ସାନ୍ଧ୍ୟ ମହା ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହା ବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ୧୦ ଦିନିଆ ଏହି ଶିବିରକୁ ଅଧ୍ୟକ୍ଷା ଡ଼ଃ ଆଦ୍ୟାରଶ୍ମି ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବାବେଳେ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର,
ସାଂନ୍ଧ୍ୟ ମହା ବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର


କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହା ବିଦ୍ୟାଳୟ ରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ୧୦ ଦିନିଆ ଏହି ଶିବିରକୁ ଅଧ୍ୟକ୍ଷା ଡ଼ଃ ଆଦ୍ୟାରଶ୍ମି ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବାବେଳେ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ଅଧ୍ୟାପିକା ରୁକ୍ମିଣୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଏହି ତାଲିମର ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତବ୍ୟ ରଖି ବାଳିକାମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସୁଦୃଢ କରିବ ବୋଲି ମତ ରଖିଥିଲେ। ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ତାଲିମଦାତ୍ରୀ ଶୁଭଲକ୍ଷ୍ମୀଙ୍କ ତତ୍ୱାବଧାନରେ ତାଲିମ ନେଉଥିବାବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହାୟତା କରୁଛନ୍ତି। ଅଧ୍ୟାପିକା ସ୍ମିତା ସୁଚରିତା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande