
ଉଜ୍ଜୟିନୀ, 15 ଜାନୁଆରି (ହି.ସ.)- ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଭଗବାନ
ମହାକାଳେଶ୍ୱରଙ୍କ ମନ୍ଦିରରେ ଗୁରୁବାର ମକର ସଂକ୍ରାନ୍ତି ପର୍ବ ଭବ୍ୟ ଓ ଧୂମଧାମରେ ପାଳନ
କରାଯାଇଥିଲା। ଏହି ଅବସରରେ ଭଗବାନ ମହାକାଳଙ୍କୁ ତିଳ ଅର୍ପଣ କରାଯାଇଥିଲା। ମକର ସଂକ୍ରାନ୍ତି
ପର୍ବ ଅବସରରେ ସର୍ବପ୍ରଥମେ ବାବା ମହାକାଳଙ୍କୁ ତିଳ ତେଲରେ ସ୍ନାନ କରାଯାଇ ଅଭିଷେକ କରାଯାଇଥିଲା
ଏବଂ ପରେ ତିଳର ଲଡ୍ଡୁ ଓ ବିଭିନ୍ନ ପ୍ରକାର ଭୋଗ ଲଗାଯାଇଥିଲା।
ମହାକାଳ ମନ୍ଦିରର ପୁଜାରୀ ପଣ୍ଡିତ ମହେଶ ଶର୍ମା କହିଥିଲେ ଯେ ଜ୍ୟୋତିଷୀୟ ଗଣନା ଅନୁସାରେ
ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ ୧୪ ଜାନୁଆରୀ ଦ୍ୱିପ୍ରହର ୩ଟା ୦୫ ମିନିଟରୁ ହୋଇଥିଲେ ମଧ୍ୟ
ପର୍ବକାଳ ଆଜିଠାରୁ ଥିଲା, ସେହିକାରଣରୁ ଆଜି ଏହି ପୂଜା
କରାଯାଇଥିଲା। ଉଜ୍ଜୈନରେ ଯେକୌଣସି ପର୍ବର ଆରମ୍ଭ ବାବା ମହାକାଳଙ୍କ ଦ୍ୱାରରୁ ହୋଇଥାଏ। ଏହି
ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ପର୍ବ ମଧ୍ୟ ସର୍ବପ୍ରଥମେ ବାବା ମହାକାଳଙ୍କ ମନ୍ଦିରରେ
ପାଳନ କରାଯାଇଥିଲା।
ଭୋର ୪ଟାରେ ମନ୍ଦିରର ପଟ ଖୋଲାଯିବା ସହିତ ପଣ୍ଡା-ପୁଜାରୀମାନେ ଗର୍ଭଗୃହରେ ସ୍ଥାପିତ ସମସ୍ତ
ଦେବୀ-ଦେବତାଙ୍କ ମୂର୍ତ୍ତିର ପୂଜା କରି, ତିଳର ଲେପରେ ଭଗବାନ ମହାକାଳଙ୍କ ସ୍ନାନ
କରାଇଥିଲେ। ଏହି ସମୟରେ ଦୁଧ, ଦହି, ଘିଅ,
ସକ୍କର,
ଫଳ
ଏବଂ ତିଳ ତେଲରୁ ପ୍ରସ୍ତୁତ ପଞ୍ଚାମୃତରେ ଭଗବାନଙ୍କ ପୂଜା-ଅର୍ଚ୍ଚନ କରାଯାଇଥିଲା। ପ୍ରଥମ ଘଣ୍ଟା
ବାଜାଇ ‘ହରି ଓଁ’ ମନ୍ତ୍ରୋଚ୍ଚାରଣ ସହିତ ଜଳ ଅର୍ପଣ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା