ବୃହନ୍ମୁବଇ ନଗର ନିଗମ ସହିତ ମହାରାଷ୍ଟ୍ରର 29 ନଗରପାଳିକା ପାଇଁ ମତଦାନ ଜାରି, 16 ଜାନୁୟାରୀରେ ମତଗଣନା
ମୁମ୍ବାଇ, 15 ଜାନୁଆରି (ହି.ସ.) - ମହାରାଷ୍ଟ୍ରରେ ଗୁରୁବାର ସକାଳ ୭ଟା ୩୦ ମିନିଟରୁ ୨୯ଟି ନଗର ନିଗମ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ବୃହନ୍ମୁମ୍ବାଇ ନଗର ନିଗମ ସହିତ ୨୯ଟି ନଗରପାଳିକାର ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ମତ
ବୃହନ୍ମୁବଇ ନଗର ନିଗମ     ସହିତ ମହାରାଷ୍ଟ୍ରର 29 ନଗରପାଳିକା ପାଇଁ ମତଦାନ ଜାରି, 16 ଜାନୁୟାରୀରେ ମତଗଣନା


ମୁମ୍ବାଇ, 15 ଜାନୁଆରି (ହି.ସ.) - ମହାରାଷ୍ଟ୍ରରେ

ଗୁରୁବାର ସକାଳ ୭ଟା ୩୦ ମିନିଟରୁ ୨୯ଟି ନଗର ନିଗମ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି।

ବୃହନ୍ମୁମ୍ବାଇ ନଗର ନିଗମ ସହିତ ୨୯ଟି ନଗରପାଳିକାର ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ଟା ୩୦

ମିନିଟ ପର୍ଯ୍ୟନ୍ତ ଚାଲିବ। ମତଗଣନା ୧୬ ଜାନୁଆରୀରେ ମୁମ୍ବାଇର ୨୩ଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ

କରାଯିବ।

ଆଜି ସକାଳେ ବୃହନ୍ମୁମ୍ବାଇ

ନଗର ନିଗମ ସହିତ ୨୯ଟି ନଗରପାଳିକା—ଛତ୍ରପତି ସମ୍ଭାଜୀନଗର, ନବୀ ମୁମ୍ବାଇ, ବସଇ-ବିରାର, କଲ୍ୟାଣ-ଡୋମ୍ବିବଲି, କୋଲହାପୁର, ନାଗପୁର, ମୁମ୍ବାଇ, ସୋଲାପୁର, ଅମରାବତୀ, ଅକୋଲା, ନାଶିକ, ପିମ୍ପରି-ଚିଞ୍ଚୱାଡ, ପୁଣେ, ଉଲ୍ହାସନଗର, ଠାଣେ, ଚନ୍ଦ୍ରପୁର, ପରଭଣୀ, ମୀରା-ଭାୟନ୍ଦର, ନାନ୍ଦେଡ-ୱାଘାଲା, ପନବେଲ, ଭିବଣ୍ଡି-ନିଜାମପୁର, ଲାତୁର, ମାଲେଗାଁ, ସାଙ୍ଗଲି-ମିରାଜ-କୁପୱାଡ, ଜଳଗାଁ, ଅହିଲ୍ୟାନଗର, ଧୁଲେ, ଜାଲନା ଏବଂ ଇଚଲକରଞ୍ଜିରେ ନଗର ନିକାୟ ନିର୍ବାଚନ ପାଇଁ ମତଦାନ ଜାରି

ରହିଛି।

ମହାରାଷ୍ଟ୍ର ନଗର ନିଗମ

ନିର୍ବାଚନରେ ପ୍ରମୁଖ ମୁକାବିଲା ଭାଜପା ନେତୃତ୍ୱାଧୀନ ମହାୟୁତି ଏବଂ ଉଦ୍ଧବ ଠାକରେ ଓ ରାଜ

ଠାକରେଙ୍କ ସହ ଶରଦ ପାୱାରଙ୍କ ମିଳିତ ମେଂଟ ମଧ୍ୟରେ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande