ଭାରତରେ ଗଣତନ୍ତ୍ରର ଅର୍ଥ ଅନ୍ତିମ ବ୍ୟକ୍ତି ଯାଏ ଲାଭ ପହଂଚାଇବା- ପିଏମ ମୋଦି
ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତରେ ଗଣତନ୍ତ୍ରର ପ୍ରକୃତ ଅର୍ଥ ହେଉଛି ଶେଷ ପାହାଚରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ଲାଭ ପହଞ୍ଚିବା। ସେ କହିଛନ୍ତି ଯେ, ସରକାର ଲୋକକଲ୍ୟାଣର ଭାବନା ସହ ବିନା କୌଣସି ଭେଦଭାବରେ ପ୍ରତ୍ୟେକ ନାଗ
ପିଏମ


ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତରେ ଗଣତନ୍ତ୍ରର ପ୍ରକୃତ ଅର୍ଥ ହେଉଛି ଶେଷ ପାହାଚରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ଲାଭ

ପହଞ୍ଚିବା। ସେ କହିଛନ୍ତି ଯେ, ସରକାର ଲୋକକଲ୍ୟାଣର ଭାବନା ସହ ବିନା କୌଣସି ଭେଦଭାବରେ ପ୍ରତ୍ୟେକ ନାଗରିକଙ୍କ ପାଇଁ କାମ

କରୁଛି ଏବଂ ଏହି କାରଣରୁ ଗତ କିଛି ବର୍ଷରେ ଦେଶରେ ପ୍ରାୟ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି

ପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି

ଗୁରୁବାର ସଂସଦ ଭବନ ପରିସରରେ ଅବସ୍ଥିତ ସଂବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ

ରାଷ୍ଟ୍ରମଣ୍ଡଳର ଅଧ୍ୟକ୍ଷମାନେ ଓ ପୀଠାସୀନ ଅଧିକାରୀମାନଙ୍କ ୨୮ତମ ସମ୍ମେଳନର ଉଦଘାଟନ ପରେ ସମ୍ମିଳନୀକୁ

ସମ୍ବୋଧନ କରିଛନ୍ତି।

ସେ କହିଛନ୍ତି ଯେ, ଯେଉଁ ଐତିହାସିକ କେନ୍ଦ୍ରୀୟ କକ୍ଷରେ ଏହି ସମ୍ମିଳନୀ ଆୟୋଜିତ ହେଉଛି, ସେହି କକ୍ଷ ଭାରତର ଗଣତାନ୍ତ୍ରିକ ଯାତ୍ରାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସ୍ଥଳ। ଦାସତ୍ୱର ଶେଷ ବର୍ଷଗୁଡ଼ିକରେ, ଯେତେବେଳେ ଭାରତର ସ୍ୱାଧୀନତା ନିଶ୍ଚିତ ହୋଇଯାଇଥିଲା, ସେହି ସମୟରେ ଏହି କେନ୍ଦ୍ରୀୟ କକ୍ଷରେ ହିଁ ସଂବିଧାନ ସଭାର ବୈଠକ

ହୋଇଥିଲା। ସ୍ୱାଧୀନତା ପରେ ପ୍ରାୟ ୭୫ ବର୍ଷ ଧରି ଏହି ଭବନ ଭାରତର ସଂସଦ ରହିଥିଲା, ଯେଉଁଠାରେ ଦେଶର ଭବିଷ୍ୟତ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ

ସିଦ୍ଧାନ୍ତ ଓ ଆଲୋଚନା ହୋଇଥିଲା। ଏବେ ଗଣତନ୍ତ୍ରକୁ ସମର୍ପିତ ଏହି ଐତିହାସିକ ସ୍ଥଳକୁ ‘ସଂବିଧାନ ସଦନ’ ନାମ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ,

ଏହା ଚତୁର୍ଥ ଅବସର ଯେତେବେଳେ ରାଷ୍ଟ୍ରମଣ୍ଡଳର ଅଧ୍ୟକ୍ଷମାନେ ଓ

ପୀଠାସୀନ ଅଧିକାରୀମାନଙ୍କ ସମ୍ମିଳନୀ ଭାରତରେ ଆୟୋଜିତ ହେଉଛି। ଏଥର ସମ୍ମିଳନୀର ମୁଖ୍ୟ ବିଷୟ

ହେଉଛି ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟକ୍ଷମ ପ୍ରଣାଳୀ ଓ ଜନକଳ୍ୟାଣ ପର୍ଯ୍ୟନ୍ତ ତାହାର ପହଞ୍ଚ।

ସଂସଦୀୟ ଲୋକତନ୍ତ୍ରରେ

ଅଧ୍ୟକ୍ଷଙ୍କ ଭୂମିକା ବିଷୟରେ ଆଲୋକପାତ କରି ସେ କହିଛନ୍ତି ଯେ, ଅଧ୍ୟକ୍ଷଙ୍କ କାର୍ଯ୍ୟ ନିଜେ ଅଧିକ କହିବା ନୁହେଁ, ବରଂ ଅନ୍ୟମାନଙ୍କ କଥା ଶୁଣିବା ଓ ସମସ୍ତଙ୍କୁ ସମାନ ସୁଯୋଗ ଦେବା।

ଅଧ୍ୟକ୍ଷମାନଙ୍କର ଧୈର୍ଯ୍ୟ ହିଁ ଲୋକତନ୍ତ୍ରର ଗରିମାକୁ ଅତୁଟ ରଖେ ଏବଂ ସେମାନେ ଶୋରଗୁଲ କିମ୍ବା

ଅତ୍ୟଧିକ ଉତ୍ସାହୀ ସଦସ୍ୟମାନଙ୍କୁ ମଧ୍ୟ ହସମୁଖ ଭାବରେ ସମ୍ଭାଳିଥାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande