
ଲକ୍ଷ୍ନୌ, 15 ଜାନୁଆରି (ହି.ସ.)- ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି (ବିଏସପି)ର
ଜାତୀୟ ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଯେ ଦଳିତ ଓ ଶୋଷିତ ବର୍ଗଙ୍କ ହିତ ପାଇଁ ତାଙ୍କର ସଂଘର୍ଷ
ନିରନ୍ତର ଭାବେ ଚାଲି ରହିବ। ସେ କହିଛନ୍ତି ଯେ କୌଣସି ଚାପ କିମ୍ବା ଲୋଭରେ ପଡି ସେ ନିଜ
ଆନ୍ଦୋଳନରୁ ପଛକୁ ହଟିବେ ନାହିଁ। ମାୟାବତୀ ଦାବି କରିଛନ୍ତି ଯେ ଆସନ୍ତା ୨୦୨୭ ମସିହାର ଉତ୍ତର
ପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି କୌଣସି ଦଳ ସହିତ ମେଂଟ କରିବ ନାହିଁ ଏବଂ ନିଜ ଶକ୍ତିରେ
ପୂର୍ଣ୍ଣ ବହୁମତର ସରକାର ଗଠନ କରିବ।
ବିଏସପି ପ୍ରମୁଖ ଗୁରୁବାର ନିଜ ୭୦ତମ ଜନ୍ମଦିନ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ଏହି କଥା କହିଛନ୍ତି। ଉତ୍ତର ପ୍ରଦେଶର ଆଇନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମାୟାବତୀ
କହିଛନ୍ତି ଯେ ବିଜେପି ସରକାରରେ ବ୍ରାହ୍ମଣମାନଙ୍କୁ ଅବହେଳା କରାଯାଉଛି। ସେ କହିଛନ୍ତି ଯେ
ଉତ୍ତର ପ୍ରଦେଶରେ ବିଏସପି ସରକାର ଗଠିତ ହେଲେ ବ୍ରାହ୍ମଣମାନଙ୍କର ସମସ୍ତ ଆକାଂକ୍ଷା ପୂରଣ
କରାଯିବ। ଯେତେବେଳେ ଆମ ସରକାର ଥିଲା, ସେତେବେଳେ ବ୍ରାହ୍ମଣମାନଙ୍କୁ ଉଚିତ
ଭାଗିଦାରୀ ଦିଆଯାଇଥିଲା। ବ୍ରାହ୍ମଣମାନଙ୍କୁ ପ୍ରତ୍ୟେକ ସ୍ତରରେ ମାନ-ସମ୍ମାନ ଏବଂ ଜୀବିକାର
ବ୍ୟବସ୍ଥା ଆବଶ୍ୟକ।
ମାୟାବତୀ ଆହୁରି କହିଛନ୍ତି ଯେ ବିଏସପି ସରକାରରେ କାହା ସହିତ ମଧ୍ୟ ପକ୍ଷପାତ
କରାଯାଇନଥିଲା। ମନ୍ଦିର, ମସ୍ଜିଦ ଓ ଚର୍ଚ୍ଚକୁ କୌଣସି କ୍ଷତି
ହେବାକୁ ଦିଆଯାଇନଥିଲା। ଯାଦବ ଓ ଗୁର୍ଜର ସମାଜର ହିତକୁ ମଧ୍ୟ ସମାନ ଭାବେ ଧ୍ୟାନ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା