ଜୟପୁରରେ ପ୍ରଥମ ଥର ପାଇଁ ସେନା ଦିବସ ପରେଡ୍ ଅନୁଷ୍ଠିତ, ହଜାର ହଜାର ଲୋକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ନିକଟରୁ ଦେଖିଲେ
ଜୟପୁର, ୧୫ ଜାନୁଆରୀ (ହି.ସ.)- ଭାରତୀୟ ସେନାର ୭୮ତମ ସେନା ଦିବସ ପରେଡ୍ ପ୍ରଥମ ଥର ପାଇଁ ଜୟପୁର ଜଗତପୁରାର ମହଲ ରୋଡରେ ସେନା କ୍ଷେତ୍ର ବାହାରେ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଲୋକ ପରେଡ୍ ଦେଖିବା ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ଠିଆ ହୋଇଥିଲେ । ପରେଡ୍ ସମୟରେ ସେନାର ଆଧୁନିକ ସାମରିକ ଦକ୍ଷତା ଏବ
ଜୟପୁରରେ ପ୍ରଥମ ଥର ପାଇଁ ସେନା ଦିବସ ପରେଡ୍


ଜୟପୁର, ୧୫ ଜାନୁଆରୀ (ହି.ସ.)- ଭାରତୀୟ ସେନାର ୭୮ତମ ସେନା ଦିବସ ପରେଡ୍ ପ୍ରଥମ ଥର ପାଇଁ ଜୟପୁର ଜଗତପୁରାର ମହଲ ରୋଡରେ ସେନା କ୍ଷେତ୍ର ବାହାରେ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଲୋକ ପରେଡ୍ ଦେଖିବା ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ଠିଆ ହୋଇଥିଲେ । ପରେଡ୍ ସମୟରେ ସେନାର ଆଧୁନିକ ସାମରିକ ଦକ୍ଷତା ଏବଂ ପାରମ୍ପରିକ ବୀରତ୍ୱ ପ୍ରଦର୍ଶନ କରାଯାଇଥିଲା । ଜନସାଧାରଣ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ପିନାକା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଂଚର୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀକୁ ନିକଟରୁ ଦେଖିଥିଲେ । ଆପାଚି ଆକ୍ରମଣ ହେଲିକପ୍ଟରଗୁଡ଼ିକ ଆକାଶରେ ଫ୍ଲାଏ-ପାଷ୍ଟ ପ୍ରଦର୍ଶନ କରି ସେମାନଙ୍କର ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲେ ଏବଂ ହେଲିକପ୍ଟରରୁ ପୁଷ୍ପବୃଷ୍ଟି ମଧ୍ୟ କରାଯାଇଥିଲା ।

ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ସୈନିକମାନଙ୍କୁ ମରଣୋତର ସେନା ପଦକ (ବୀରତା) ପ୍ରଦାନ ସହିତ ପରେଡ୍ ଆରମ୍ଭ ହୋଇଥିଲା । ଏହି ସମୟରେ, ପ୍ରଥମ ପାରା ସ୍ପେଶାଲ୍ ଫୋର୍ସର ସହିଦ ଲାନ୍ସ ନାୟକ ପ୍ରଦୀପ କୁମାରଙ୍କ ମାଆ ମଂଚ ଉପରେ ସମ୍ମାନ ଗ୍ରହଣ କରିବା ସମୟରେ ହଠାତ୍ ବେହୋସ ହୋଇଗଲେ । ଘଟଣାସ୍ଥଳରେ ଉପସ୍ଥିତ ସାମରିକ ଅଧିକାରୀମାନେ ତାଙ୍କ ସେବା କରିଥିଲେ ଏବଂ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଯାଇଥିଲେ । ଏହା ପରେ, ସାହସିକତା ପୁରସ୍କାରରେ ସମ୍ମାନିତ ଅଧିକାରୀମାନେ ପରେଡ୍ କମାଣ୍ଡରଙ୍କୁ ଅଭିବାଦନ ଜଣାଇଥିଲେ । ପରମ ବୀର ଚକ୍ର, ଅଶୋକ ଚକ୍ର ଏବଂ ମହାବୀର ଚକ୍ରରେ ସମ୍ମାନିତ ଅଧିକାରୀମାନେ ପରେଡ୍ ର ନେତୃତ୍ୱ ନେଇଥିଲେ । ମହଲ ରୋଡର ଜୀବନ ରେଖା ହସ୍ପିଟାଲ ସ୍କୋୟାରରୁ ବମ୍ବେ ହସ୍ପିଟାଲ ସ୍କୋୟାର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ପରେଡ୍ ଅନୁଷ୍ଠିତ ହୋଇଥିଲା । ଦର୍ଶକଙ୍କ ସୁବିଧା ପାଇଁ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande