
ଭୋପାଳ 15 ଜାନୁଆରୀ
(ହି.ସ)-ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବୈରସିୟା ଅଞ୍ଚଳରେ ବୁଧବାର ରାତିରେ ଟ୍ରାକ୍ଟର
-ଟ୍ରଲିଏବଂ ଏକ ଲୋଡିଂ ଗାଡି ସହିତ ଧକ୍କା ହେବା
ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ 12ଜଣ ଆହତ ହୋଇଛନ୍ତି।ସମସ୍ତ ମୃତକ ଏବଂ ଆହତ
ବିଦିଶା ଜିଲ୍ଲାର ସିରୋଞ୍ଜ ବାସିନ୍ଦା ଏବଂ ମକର ସଂକ୍ରାନ୍ତି ପାଳିବା ପାଇଁ ହୋଶଙ୍ଗାବାଦ
ଯାଉଥିଲେ।ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୁଚନା ଅନୁସାରେ ଦୁର୍ଘଟଣା ବୈରସିୟା ଥାନା
ଅଞ୍ଚଳରେ ବୁଧବାର ରାତି ପ୍ରାୟ ସାଢେ ନଅଟା ସମୟରେ ହୋଇଥିଲା।ବୈରସିୟା ଥାନା ଟିଆଇ ବିରେନ୍ଦ୍ର
ସେନ କହିଛନ୍ତି ଯେ ବିଦିଶା ଜିଲ୍ଲାର ସିରୋଞ୍ଜରୁ ଗୋଟିଏ ପରିବାରର 15ଜଣ ଲୋଡିଙ୍ଗ ଗାଡିରେ
ଥିଲେ।ସମସ୍ତ ଲୋକ ସଂକ୍ରାନ୍ତି ସ୍ନାନ ପାଇଁ ନର୍ମଦା ପୁରମ ଯାଉଥିଲେ।ଯେମିତି ତାଙ୍କ ଗାଡି
ବୈରସିୟା ଥାନା ଅଞ୍ଚଳରେ ଶାସକୀୟ ସାନ୍ଦୀପନି ଠାକୁର ଲାଲସିଂହ ସ୍କୁଲ ନିକଟରେ ପହଁଞ୍ଚିଥିଲା ସାମ୍ନାରୁ ଆସୁଥିବା ଟ୍ରାକ୍ଟର ଟ୍ରଲି ସହ ଧକ୍କା
ହୋଇଛି।ଏଥିରେ ଲୋଡିଙ୍ଗ ଗାଡି ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।ସେଥିରେ ଯାତ୍ରା
କରୁଥିବା ଅନେକ ଲୋକ ଭିତରେ ଫସି ରହିଥିଲେ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ପାଞ୍ଚ ଜଣ ଘଟଣାସ୍ଥଳରେ
ମୃତ୍ୟୁବରଣ କରିଛନ୍ତି।12ଜଣ ଆହତ ହୋଇଛନ୍ତି।ଯେଉଁଥିରେ ଟ୍ରେକରରେ ଯାତ୍ରା କରୁଥିବା 3 ଜଣ ମଧ୍ୟ
ସାମିଲ ଥିଲେ।ସମସ୍ତ ଆହତଙ୍କୁ ବୈରସିୟା ଶାସକୀୟ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଘଟଣାର ସୁଚନା
ମିଳିବା ପରେ ବୈରସିୟା ଏସଡୀଏମ ଆଶୁତୋଷଶର୍ମା,ଏଏସପୀ ନୀରଜ ଚୌରସିୟା ଏବଂ ବୈରସିୟା ଟିଆଇ ବିରେନ୍ଦ୍ର ସେନ ସମେତ ବିଧାୟକ
ବିଷ୍ଣୁ ଖତ୍ରୀ ବିଳମ୍ବିତ ରାତିରେ ହସ୍ପିଟାଲରେ ପହଁଞ୍ଚିଥିଲେ।ଏସଡୀଏମ ଶର୍ମା କହିଛନ୍ତି ଯେ
ପ୍ରାଥମିକ ତଦନ୍ତରେ ଦ୍ରୃତ ଗତି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲିମନେକରାଯାଉଛି।ତଥାପି ବାସ୍ତବିକ କାରଣ ତଦନ୍ତ ପରେ
ସ୍ପଷ୍ଟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା