ନେପାଳୀ କଂଗ୍ରେସ ବିଶେଷ ମହାଧିବେଶନରେ କେନ୍ଦ୍ରୀୟ କାର୍ଯ୍ୟକମିଟିର ଘୋଷଣା
କାଠମାଣ୍ଡୁ, 15 ଜାନୁଆରୀ (ହି.ସ)-ସଂକ୍ରାନ୍ତି ଦିନକୁ ଅପେକ୍ଷା କରି ନେପାଳୀ କଂଗ୍ରେସର ସ୍ୱତନ୍ତ୍ର ମହାଧିବେଶନ ସମର୍ଥକ ଗୋଷ୍ଠୀ ନୁତନ କେନ୍ଦ୍ରୀୟ କାର୍ଯ୍ୟକମିଟିର ଘୋଷଣା କରିଛନ୍ତି।ଭୁକୁଟି ମଣ୍ଡପରେ ସ୍ୱତନ୍ତ୍ର ମହାଧିବେଶନ ବନ୍ଦ ସମୟରେ ରାତି 12 ଟାରେ କହିଲେ ଯେ ଆ
Nepali-Congress-announced-its-new-Central-committe


କାଠମାଣ୍ଡୁ, 15 ଜାନୁଆରୀ (ହି.ସ)-ସଂକ୍ରାନ୍ତି ଦିନକୁ ଅପେକ୍ଷା କରି

ନେପାଳୀ କଂଗ୍ରେସର ସ୍ୱତନ୍ତ୍ର ମହାଧିବେଶନ ସମର୍ଥକ ଗୋଷ୍ଠୀ ନୁତନ କେନ୍ଦ୍ରୀୟ କାର୍ଯ୍ୟକମିଟିର

ଘୋଷଣା କରିଛନ୍ତି।ଭୁକୁଟି ମଣ୍ଡପରେ ସ୍ୱତନ୍ତ୍ର ମହାଧିବେଶନ ବନ୍ଦ ସମୟରେ ରାତି 12 ଟାରେ କହିଲେ

ଯେ ଆମେ ନୁତନ ଦିନର ଅପେକ୍ଷାରେ ଥିଲୁ ,ସେଥିପାଇଁ ଟିକିଏ ବିଳମ୍ବ ହେଲା। ପ୍ରାୟ ସକାଳ 11 ଟା ପରେ

ସଭାପତି ଗଗନ ଥାପା ସମେତ ପଦାଧିକାରୀ ଏବଂ କେନ୍ଦ୍ରୀୟ ସଦସ୍ୟଙ୍କ ନାମ ମଞ୍ଚରେ ପଢାଯାଇଥିଲା।ନାମ

ପଢିବା ସହିତ ରାଜନୈତିକ ଭାଷଣ ମଧ୍ୟ ଚାଲିଥିଲା,ଯାହାର ପରିଣାମସ୍ୱରୁପ ପ୍ରାୟ ଦୁଇ ଘଣ୍ଟା ପ୍ରକ୍ରିୟା

ଚାଲିଥିଲା।ଏହି ସମୟରେ ସ୍ୱତନ୍ତ୍ର ମହାଧିବେଶନରୁ ନୁତନ କେନ୍ଦ୍ରୀୟ କାର୍ଯ୍ୟ କମିଟିର ଚୟନ

କରାଯାଇଥିଲା।ଦେଉୱା ପକ୍ଷର ଅସହମତି ସତ୍ତ୍ୱେ ଅନୁଷ୍ଠିତ ଏହି ମହାଧିବେଶନରେ ସହମତିର ଶେଷ

ଚେଷ୍ଟା ବିଫଳ ହେବା ପରେ କମିଟିର ଘୋଷଣା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande