
ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ଅଶ୍ଳୀଳ ନୃତ୍ୟ ପାଇଁ ଗିରଫ ହୋଇପାରନ୍ତି ଅଭିନେତ୍ରୀ ନିଶା ମହାରଣା । ବଲାଙ୍ଗିର ସଦର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ନିଶାଙ୍କ ପାଇଁ ଅଡୁଆ ବଢିଛି । ଏପରିକି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିପାରେ ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ୨ ଆୟୋଜକଙ୍କୁ ଗିରଫ କରିଛି । ଆଜି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ । ଅନ୍ୟପକ୍ଷରେ ବଲାଙ୍ଗିରରେ ମାମଲାର ତଦନ୍ତ ଚାଲିଥିବା ବେଳେ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଅଭିନେତ୍ରୀ ନିଶାଙ୍କୁ ଖୋଜୁଛି ପୋଲିସ । ଖୁବ୍ ଶୀଘ୍ର ପୋଲିସ ତାଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ