ସପରିବାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା ସେଟ୍ଟୀ
ପୁରୀ, ୧୫ ଜାନୁଆରୀ (ହି.ସ.)- ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଗୁରୁବାର ମଧ୍ୟାହ୍ନରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା । ତାଙ୍କ ସହ ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ


ପୁରୀ, ୧୫ ଜାନୁଆରୀ (ହି.ସ.)- ଓଡ଼ିଶାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଗୁରୁବାର ମଧ୍ୟାହ୍ନରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା । ତାଙ୍କ ସହ ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା ଆସିଛନ୍ତି । ଓଡ଼ିଶାରେ ପହଂଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଆସିଛନ୍ତି । ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରେ ଶିଳ୍ପା ସେଟ୍ଟୀଙ୍କୁ ଦେଖିବାକୁ ଏଠାରେ ପ୍ରବଳ ଭିଡ଼ ହୋଇଥିଲା । ଶ୍ରୀମନ୍ଦିରରୁ ଦର୍ଶନ ସାରି ବାହାରିବା ପରେ ନିଜ ପ୍ରଶଂସକ ମାନଙ୍କ ଉଦ୍ଦେଶ୍ୟରେ ହାତ ହଲାଇବା ସହ ଜୟ ଜଗନ୍ନାଥ ବୋଲି କହିଥିଲେ ଶିଳ୍ପା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande