ପିସିସି ସଭାପତି ଭକ୍ତ ଦାସଙ୍କ ପଶ୍ଚିମ ଓଡିଶା ଗସ୍ତ କାର୍ଯ୍ୟକ୍ରମ ୧୭ରୁ
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଆଗାମୀ ୧୭ ରୁ ୨୦ ଜାନୁଆରୀ ପିସିସି ସଭାପତି ଭକ୍ତ ଚରଣ ଦାସ ପଶ୍ଚିମ ଓଡିଶା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା ୧୭ ଜାନୁଆରୀ ଝାରସୁଗୁଡାଠାରେ ଦିନ ୧୧.୩୦ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଏବଂ ପଦଯାତ୍ରା କରିବେ। ଦିନ ୧ ଟ
ଭକ୍ତ ଦାସ


ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଆଗାମୀ ୧୭ ରୁ ୨୦ ଜାନୁଆରୀ ପିସିସି ସଭାପତି ଭକ୍ତ ଚରଣ ଦାସ ପଶ୍ଚିମ ଓଡିଶା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା ୧୭ ଜାନୁଆରୀ ଝାରସୁଗୁଡାଠାରେ ଦିନ ୧୧.୩୦ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଏବଂ ପଦଯାତ୍ରା କରିବେ। ଦିନ ୧ ଟାରେ ଏମସିଏଲ ଅଡିଟୋରିଅମଠାରେ ସଭାରେ ଯୋଗଦାନ ଏବଂ ଅପରାହ୍ନ ୪ ରେ ତଳପଟିଆ ଗ୍ରାମ ପାଖ ଜାତୀୟ ରାଜପଥ ୪୯ କଡ଼ରେ ପ୍ରଦୂଷିତ ପାଉଁଶ ପୋଖରୀ ପରିଦର୍ଶନ କରିବେ। ଝାରସୁଗୁଡାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ୧୮ ଜାନୁଆରୀରେ ପିସିସି ସଭାପତି ସୁନ୍ଦରଗଡ଼ ଜିଲ୍ଲା ଦେଇ ରାଉଲକେଲା ଯାତ୍ରା ପୂର୍ବାହ୍ନ ୧୦.୩୦ ରେ ସୁନ୍ଦରଗଡ଼,ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରମଡ଼ିହିଠାରେ ଦଳୀୟ କାର୍ଯ୍ୟକତର୍ତ୍ତାଙ୍କ ସହ ପଥପ୍ରାନ୍ତ ସଭା କ୍ଷ ଦିନ ୧୧ ଟାରୁ ୧୧.୩୦ ବରଗାଁ ଏବଂ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କୁତ୍ରାଠାରେ ଠାରେ ଦଳୀୟ କାର୍ଯ୍ୟକର୍ତା ସଭାରେ ଯୋଗଦେବେ। ରାଉଲକେଲାରେ ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ୧୨.୪୫ ରେ ବିଶ୍ରା ଛକରୁ କଂଗ୍ରେସ ଭବନକୁ ପଦଯାତ୍ରା ଏବଂ ରାଉରକେଲା କଂଗ୍ରେସ ଭବନଠାରେ ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ଏବଂ ତୃଣମୂଳ ସ୍ତରର ବିଜେପି ବିଜେଡି କାର୍ଯ୍ୟକର୍ତାଙ୍କ କଂଗ୍ରେସ ଦଳରେ ମିଶ୍ରଣ ପର୍ବରେ ଯୋଗଦାନ । ଅପରାହ୍ନ ୪ ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ପରେ ଏକ ସର୍ବଦଳୀୟ ସଭାରେ ଯୋଗଦାନ କରି ରାଉଲକେଲା ବାଣିଜ୍ୟ ସଙ୍ଗଠନ ପକ୍ଷରୁ ଆୟୋଜିତ ସଭାରେ ବ୍ୟକ୍ତବ୍ୟ ପ୍ରଦାନ କରିବେ । ରାଉଲକେଲାରେ ରାତ୍ରୀଯାପନ ।

୧୯ ଜାନୁଆରୀ ସକାଳେ ରାଉଲକେଲାରୁ ବାହାରି ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କ୍ଷ ରାଜଗାଙ୍ଗପୁର କରମଡ଼ିହି, ସବଡ଼େଗା ଓ ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡାଠାରେ ରାତ୍ରିଯାପନ । ୨୦ ଜାନୁଆରୀରେ ବରଗଡ଼ରେ ଏକ ବିଶାଳ ଚାଷୀ ସମାବେଶରେ ଯୋଗଦାନ କରିବେ ।

ସୂଚନାଯୋଗ୍ୟ, ନିକଟରେ ପିସିସି ପକ୍ଷରୁ ମନରେଗା, ବିଜୁଳି ପ୍ରସଙ୍ଗ ଓ ଧାନ କିଣା ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ପିସିସି ସଭାପତିଙ୍କ ପଶ୍ଚିମ ଓଡିଶା ଗସ୍ତ ବେଳେ ଉକ୍ତ ପ୍ରସଙ୍ଗ ଗୁଡିକୁ ନେଇ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ପିସିସି ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande