
ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)- ପୋଙ୍ଗଲ ପର୍ବ
ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ–ତାମିଲ ସଙ୍ଗମମ୍ର ବିସ୍ତାରକୁ ଦେଶର ସାଂସ୍କୃତିକ ଏକତାକୁ ସୁଦୃଢ଼
କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରୟାସ ଆଜି ପରମ୍ପରା, ଭାଷା ଓ ସମୁଦାୟମାନଙ୍କୁ ଏକତ୍ର କରୁଥିବା ଏକ ସଶକ୍ତ ମଞ୍ଚରେ ପରିଣତ
ହୋଇଛି,
ଯାହା “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଭାବନାକୁ ଆହୁରି ଗଭୀର କରିଛି।
ତାମିଲ ଭାଷାରେ ଲିଖିତ ନିଜ
ଲେଖାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଶୀ–ତାମିଲ ସଙ୍ଗମମ୍ ଭାରତର ବିବିଧତା ମଧ୍ୟରେ ଥିବା ଏକତାର ଏକ ଜୀବନ୍ତ
ଉଦାହରଣ। ଏହା ସାଂସ୍କୃତିକ ସଂବାଦକୁ ପ୍ରୋତ୍ସାହନ ଦେବା ସହିତ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ
ମଧ୍ୟରେ ପାରସ୍ପରିକ ବୁଝାମଣା ଓ ସମ୍ମାନକୁ ମଜବୁତ କରୁଛି।
ପ୍ରଧାନମନ୍ତ୍ରୀ ସୋସିଆଲ୍
ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅଲଗା–ଅଲଗା ପୋଷ୍ଟ ମାଧ୍ୟମରେ ମଧ୍ୟ କହିଛନ୍ତି ଯେ, କାଶୀ–ତାମିଲ ସଙ୍ଗମମ୍ ଭାରତର ବିବିଧତାରେ ନିହିତ ଏକତାର ଏକ ଜୀବନ୍ତ
ଉଦାହରଣ। ଏହି ପ୍ରୟାସ ସାଂସ୍କୃତିକ ସଂବାଦକୁ ଆଗେଇ ନେବା ସହିତ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ
ମଧ୍ୟରେ ପାରସ୍ପରିକ ବୁଝାମଣା ଓ ସମ୍ମାନକୁ ଶକ୍ତିଶାଳୀ କରୁଛି।
ନିଜ ସୋମନାଥ ଯାତ୍ରାର
ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ ସେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ନାଗରିକମାନଙ୍କ ସହ
ଆଲୋଚନା କରିଥିଲେ, ଯେଉଁମାନେ
କାଶୀ–ତାମିଲ ସଙ୍ଗମମ୍ ଓ ସୌରାଷ୍ଟ୍ର–ତାମିଲ ସଙ୍ଗମମ୍ ପରି ପ୍ରୟାସଗୁଡ଼ିକର ପ୍ରଶଂସା କରିଛନ୍ତି। ସେ
କହିଛନ୍ତି ଯେ, ପୋଙ୍ଗଲର
ବିଶେଷ ଅବସରରେ କାଶୀ–ତାମିଲ ସଙ୍ଗମମ୍ର ଯାତ୍ରା ଓ “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରିବାରେ ଏହାର ଭୂମିକା ଉପରେ ନିଜ ଚିନ୍ତା ଭାଗ
କରିବା ତାଙ୍କ ପାଇଁ ବିଶେଷ ଥିଲା। ଏହି ପ୍ରୟାସ ଏହା ପ୍ରମାଣ କରିଛି ଯେ, ସାଂସ୍କୃତିକ ସମ୍ପର୍କ କିପରି ଜାତୀୟ ଏକତାକୁ ମଜବୁତ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା