ଷ୍ଟାର୍ଟଅପ୍ ଇଣ୍ଡିଆ 10 ବର୍ଷ ପୂର୍ତ୍ତି, ଜାନୁୟାରୀ 16ରେ କାର୍ଯ୍ୟକ୍ରମରେ ହେବେ ସାମିଲ
ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀରେ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ପଦକ୍ଷେପର ୧୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଏଠାରେ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ
ପିଏମ


ନୂଆଦିଲ୍ଲୀ, 15 ଜାନୁଆରି (ହି.ସ.)-ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ୧୬ ଜାନୁଆରୀରେ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ପଦକ୍ଷେପର ୧୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ

ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଏଠାରେ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ

କାର୍ଯ୍ୟାଳୟ ଅନୁସାରେ, କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ସକ୍ରିୟ ଓ ସଜୀବ ଷ୍ଟାର୍ଟଅପ୍ ପରିବେଶ ସହ

ସଂପୃକ୍ତ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଚୟନିତ ଷ୍ଟାର୍ଟଅପ୍ ପ୍ରତିନିଧିମାନେ

ନିଜ ଉଦ୍ୟମିତା ଯାତ୍ରା ସହିତ ସମ୍ପୃକ୍ତ ଅନୁଭବ ଓ ମତାମତ ସେୟାର କରିବେ।

ଉଲ୍ଲେଖନୀୟ ଯେ,

‘ଷ୍ଟାର୍ଟଅପ୍ ଇଣ୍ଡିଆ’ର ଆରମ୍ଭ ୧୬ ଜାନୁଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ

ଦ୍ୱାରା ଏକ ପରିବର୍ତ୍ତନଶୀଳ ଜାତୀୟ କାର୍ଯ୍ୟକ୍ରମ ଭାବେ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା

ନବୋନ୍ମେଷକୁ ପ୍ରୋତ୍ସାହନ ଦେବା, ଉଦ୍ୟମିତାକୁ ଆଗେଇ ନେବା ଏବଂ ନିବେଶ ଆଧାରିତ ବିକାଶକୁ ସକ୍ଷମ କରି

ଭାରତକୁ ଚାକିରି ଖୋଜୁଥିବା ଦେଶରୁ ଚାକିରି ଦେଉଥିବା ଦେଶରେ ପରିଣତ କରିବା।

ଗତ ଏକ ଦଶକରେ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଭାରତର ଆର୍ଥିକ ଓ ନବୋନ୍ମେଷ ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ

ଭାବେ ଉଦ୍ଭାସିତ ହୋଇଛି। ଏହି ପଦକ୍ଷେପ ଅଧୀନରେ ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରାଯାଇଛି, ପୁଂଜି ଓ ମାର୍ଗଦର୍ଶନ ପ୍ରାପ୍ତିକୁ ବିସ୍ତାର କରାଯାଇଛି ଏବଂ

ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ଗଢ଼ି ଉଠିଛି। ଏହି ସମୟସୀମାରେ ସାରା ଦେଶରେ ୨

ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ମିଳିଛି, ଯେଉଁମାନେ ରୋଜଗାର ସୃଷ୍ଟି, ନବୋନ୍ମେଷ ଆଧାରିତ ଆର୍ଥିକ ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଦେଶୀୟ

ମୂଲ୍ୟ ଶୃଙ୍ଖଳାକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande