
ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମଥର ପି.ଏମ୍ ଶ୍ରୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷାଧିକାରୀ ଚିତରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ ଓ ଏଥିରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ସମାରୀ ତାଙ୍ଗୁଲୁ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ସମାଜସେବୀ ହରିଶ୍ ପରିଡା, ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଖଇରପୁଟ ବ୍ଲକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଗଣ୍ଡ , ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ତହସିଲଦାର କ୍ରିଷ୍ଣା ଚନ୍ଦ୍ର ଦାସ୍, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ଓ ମଞ୍ଜୁଲତା ଭୋଈ, ସରପଂଚ ମଙ୍ଗଳା ମାଢୀ, ବରିଷ୍ଠ ସମାଜସେବୀ ରାମହରି ସାହୁ, ସମାଜସେବୀ ଭଗବାନ ସାହୁ ଓ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଦିବାକର ସୁନା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ନୋଡାଲ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବବିତାରାଣୀ ସାହୁ ପରିଚାଳନା କରିଥିଲା ବେଳେ ଆଦର୍ଶ ଶିକ୍ଷକ ଉମାଶଙ୍କର ଦାସ ମଂଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଠାକୁର ଜଗନ୍ନାଥଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ ପୁଜାର୍ଚ୍ଚନା କରାଯାଇଥିଲେ ଓ ଏହାପରେ ବିଦ୍ୟାଳୟ ଛାତ୍ରୀମାନେ ଅତିଥି ମାନଙ୍କ ସ୍ୱାଗତ ଉଦ୍ଧେଶ୍ୟରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଭିଜନ ୨୦୩୬ ମସିହାକୁ ଆଖି ଆଗରେ ରଖି ମୋ ସ୍ୱପ୍ନର ଓଡିଶା କେଉଁ ସ୍ତରକୁ ଯାଇଥିବଓ ଶିକ୍ଷା ବ୍ୟବସ୍ଥାରେ କଣ କଣ ଉନ୍ନତି ହୋଇଥିବ ତାର ଅନୁମାନ ନେଇ ବିଦ୍ୟାଳୟ ର ଆକାଂକ୍ଷୀ ଛାତ୍ର ଛାତ୍ରୀ ପରିଷଦ ତରଫରୁ ଏକ ପ୍ରତିଭା ଅନ୍ୱେଷଣ ମେଳା ମଧ୍ୟ ଆୟୋଜନ ହୋଇଥିଲା। ଏଥିରେ ପିଏମ ଶ୍ରୀ ଉଦ୍ଦେଶ୍ୟକୁ ସାକାର କରିବା ଭଳି ଛୋଟ ଛୋଟ ପ୍ରଦର୍ଶନୀ ମାନ ଦେଖିବାକୁ ମିଳିଥିଲା ଯେଉଁଠି ଛାତ୍ର ଛାତ୍ରୀ ମାନେ ଏହି ମେଳା ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ସହ ବିକ୍ରୟ ମଧ୍ୟ କରିଥିଲେ। କେତେକ କ୍ଳବ ନିର୍ମାଣ କରାଯାଇ ବିଭିନ୍ନ ଶିକ୍ଷଣୀୟ ଷ୍ଟଲ ,ଆଇଟି ବିଭାଗ ଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ଗଣିତ ଶାସ୍ତ୍ର ଆଦି ବିଭିନ୍ନ ଷ୍ଟଲଗୁଡିକ ଉପସ୍ଥିତ ଅତିଥି ମାନେ ବୁଲି ଦେଖିଥିଲେ। ଭିନ୍ନ ଭିନ୍ନ ସ୍କୁଲର ବହୁ ଛାତ୍ରଛାତ୍ରୀ ନିଜ ନିଜ ଗାଇଡ଼ ଶିକ୍ଷକ ମାନଙ୍କ ସହ ଆସି ଏହି ଷ୍ଟଲ ବୁଲିବା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ ବାର୍ତା କୁ ନେଇ ଡ୍ରାମା ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କ ନିମନ୍ତେ ଏକ ସେଲଫି ପଏଣ୍ଟ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଠାରେ କି ଆସିଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସହାୟକ ଶିକ୍ଷକ ମାନଙ୍କ ମୋବାଇଲ ଫୋନରୁ ଫଟୋ ଉତୋଳନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ଚଳିତ ମାସ ୨୩ ଏବଂ ୨୪ ତାରିଖରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ମାଲକାନଗିରି ଠାରେ ଆୟୋଜିତ ହେବାକୁ ଥିବା ବେଳେ, ଆଜିର କାର୍ଯ୍ୟକ୍ରମ ରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପିଏମଶ୍ରୀ ଉତ୍ସବରେ ଅଂଶଗ୍ରହଣ କରିବା ସହ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ଶଶିକ୍ଷାଧିକାରୀ ସୁଚନା ଦେଇଥିଲେ। ପରେପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଦେଖିବା ନିମନ୍ତେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ପ୍ରାଥମିକ ଶିକ୍ଷକସପ୍ସଘ ସଭାପତି ରମେଶ ଚନ୍ଦ୍ର ନେଲୁର ବିଦ୍ୟାଳୟର ଶିକ୍ଷକ ସୁଧାକର ନାୟକ, ନିର୍ମଳ କୁମାର ଦାସ୍,ଭୂପତି ବାଚାରଙ୍ଗ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ