
ପ୍ରୟାଗରାଜ, 15 ଜାନୁଆରୀ (ହି.ସ)-ମାଘ ମେଳାର ଦ୍ୱିତୀୟ ସ୍ନାନ ପର୍ବ
ମକର ସଂକ୍ରାନ୍ତିରେ ସଙ୍ଗମରେ ବିଶ୍ୱାସର ବୁଡ ପକାଇବା ପାଇଁ ଭକ୍ତଙ୍କ ଭିଡ ଲାଗିଛି।ସକାଳ 8 ଟା
ପର୍ଯ୍ୟନ୍ତ 21 ଲକ୍ଷ ଭକ୍ତ ବିଶ୍ୱାସର ବୁଡ ପକାଇଛନ୍ତି।କଡା ସୁରକ୍ଷା ବ୍ୟବସ୍ଥାକରାଯାଇଛି।ସମସ୍ତ ଘାଟୀରେ ସିସିଟିଭି କ୍ୟାମେରା ଏବଂ
ଏଆଇ ମାଧ୍ୟମରେ ଲଗାତାର ନଜର ରଖାଯାଉଛି।ମାଘ ମେଳା ପୋଲିସ ଅଧୀକ୍ଷକ ନୀରଜ କୁମାର ପାଣ୍ଡେୟ
କହିଛନ୍ତି ଯେ ସକାଳରୁ ଭକ୍ତଙ୍କ ଏକ ବିଶାଳ ଭିଡ ଆରମ୍ଭ ହୋଇଛି ଏବଂ ସକାଳ 8 ଟା ପର୍ଯ୍ୟନ୍ତ 21
ଲକ୍ଷ ଭକ୍ତ ବିଶ୍ୱାସର ବୁଡ ପକାଇଛନ୍ତି।
ଭକ୍ତଙ୍କ ସୁବିଧା ,ସୁରକ୍ଷା ଏବଂ ମାଘ ମେଳାର ସୁବ୍ୟବସ୍ଥା ହେତୁ
ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ରହିଛି।ସମସ୍ତ ବରିଷ୍ଠ ଅଧିକାରୀ ବୁଧବାର ରାତ୍ରିରୁ ମେଳା ପରିସରରେ
ମୃତୟନ ଅଛନ୍ତି।ଏହି ସମୟରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଜ୍ୟେତି ନାରାୟଣ ,ପୋଲିସ
ମହାନିରିକ୍ଷକ ଅଜୟ ମିଶ୍ର ,ମଣ୍ଡଳାୟୁକ୍ତ ଶ୍ରୀମତି ସୋମ୍ୟା ଅଗ୍ରୱାଲ ,ପୋଲିସ କମିଶନର
ପ୍ରୟାଗରାଜ ଜୋଗେନ୍ଦ୍ର କୁମାର ,ଅତିରିକ୍ତ ପୋଲିସ ଆୟୁକ୍ତ ଡ.ଅଜୟପାଲ ଶର୍ମା ,ଜିଲ୍ଲାୟଦିକାରୀ
ମନିଷ କୁମାର ବର୍ମା ,ମେଳାଧିକାରୀ ରୁଷିରାଜ ତଥା ମେଳା ପୋଲିସ ଅଧୀକ୍ଷକ ନୀରଜ ପାଣ୍ଡେୟ ଦ୍ୱାରା
ଆବଶ୍ୟକ ଦିଗ ନିର୍ଦ୍ଦେଶ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା