
ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେ ଚାଷ ହେଉଥିବା ନୀଳ ଜହର ତଥା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ। ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛ କାଟି ଏହାକୁ ପୋଡି ନଷ୍ଟ କରାଯାଇଥିବା ବେଳେ ଏହି ଗଞ୍ଜେଇ ଚାଷ ପଛରେ କିଏ କିଏ ଜଡିତ ଅଛନ୍ତି ତାହାର ମଧ୍ୟ ତନାଘନା କରୁଥିବା ଜଣାପଡିଛି। ସୂଚନା ଅନୁଯାୟି ମାଲକାନଗିରି ଥାନା ଅନ୍ତର୍ଗତ ବିଏଲ.ପୁର ପଂଚାୟତ ନିକଟବର୍ତୀ ଧାଙ୍ଗଗୁଡା, ଗୋଟିଗୁଡା ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ନେଇ ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା। ଏହାପରେ ଆଜି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନିର୍ଦେଶ କ୍ରମେ ସବ ଇନିସପେକ୍ଟର ସର୍ବେଶ୍ୱର ଭୋଇ, ଏଏସ୍ଆଇ ଅଜିତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପୁଲିସ ଟିମ ଉକ୍ତ ଗଞ୍ଜେଇ ଚାଷ ଉପରେ ଚଡାଉ କରିଥିଲେ। ଉକ୍ତ ଜଙ୍ଗଲ ରେ ବେଆଇନ ଭାବେ ହୋଇଥିବା ୧୧ଏକର ଜଙ୍ଗଲ ଜମିରୁ ୧୬୫୦୦ ଗଞ୍ଜେଇ ଗଛ କାଟି ପୋଡି ନଷ୍ଠ କରିବା ସହ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ଚାଷ ଠାରୁ ଦୂରେଇ ରହିବାକୁ ସଚେତନ କରିଥିଲେ। ତେବେ ଗତକାଲି ମଧ୍ୟ ସମାନ ରୂପେ ପୁଲିସ ପକ୍ଷରୁ ସିନ୍ଦ୍ରି ମାଳ ପଞ୍ଚାୟତସ୍ଥ ଭୀମରଙ୍ଗିଣୀ ଜଙ୍ଗଲରେ ହୋଇ ଥିବା ୯ ଏକର ଜମିରୁ ୧୨ ହଜାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରଯାଇଥିଲା। ଏହି ଦୁଇଦିନ ର ଚଢ଼ାଉରେ ପ୍ରାୟ ୨୮ଲକ୍ଷ ୫୦ ହଜାର ଟଙ୍କାର ଗଞ୍ଜେଇ ଗଛ କଟାଯାଇ ଏହାକୁ ପୋଡି ନଷ୍ଟ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ