
ଜୟପୁର , 15 ଜାନୁଆରି (ହି.ସ.)ରାଷ୍ଟ୍ରିୟ ସ୍ବୟ˚ସେବକ ସ˚ଘ ଜୟପୁର ନଗର ସ୍ତରୀୟ ମକର ସ˚କ୍ରାନ୍ତି ଉତ୍ସବ ସ୍ଥାନୀୟ ଜୟପୁର କଲ୍ୟାଣ ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରସାଦରାଓ ପେଟା ପୂର୍ବତନ କାଉନସିଲର ଏ. ଶ୍ରୀନିବାସ ରାଓ, ସ˚ଘ ଚାଳକ ଡ.ନିରଞ୍ଜନ ମିଶ୍ର, ନଗର କାର୍ଯ୍ୟବାହ ଡ. ମନୋରଞ୍ଜନ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଭାରତ କୁମାର ପଣ୍ତା ଉପସ୍ଥିତ ରହି ସାମୁହିକ ଗୀତ ପରେ ଧ୍ବଜାରୋହଣ, ଅମୃତ ବଚନ ଓ ବ୍ୟକ୍ତିଗତ ଗୀତ ଗାନ କରିଥିଲେ। ସ˚ଘର ୬ ଗୋଟି ପର୍ବ ମଧ୍ୟରୁ ଏହି ମକର ଉତ୍ସବ ଶେଷ ପର୍ବ ବୋଲି ବକ୍ତା ମାନେ ମତପୋଷଣ କରିଥିଲେ। ଏଥିରେ ସ˚ଘ କର୍ମକର୍ତ୍ତା ବାବୁଭାଇ ବଜରଙ୍ଗୀ ଉପସ୍ଥିତ ରହି ମକର ସ˚କ୍ରାନ୍ତି ହେଉଛି ଭାରତର ଏକ ପ୍ରମୁଖ ସା˚ସ୍କୃତିକ ବୌଧିକ ଏବ˚ ଆଧ୍ୟାତ୍ମିକ ପର୍ବ। ଏହି ଦିନ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୁଏ ଏବ˚ ଦିନ ଗୁଡିକ ବଡ ହେବା ସହ ଶୀତର ପ୍ରକୋପ କମିବାକୁ ଲାଗେ ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଭିନ୍ନଭିନ୍ନ ନାମରେ ନାମିତ କରିଛନ୍ତି ବୋଲି କହିଥିଲେ। ଏଥିରେ ସ˚ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି