
ନୂଆପଡା, ୧୫ ଜାନୁଆରୀ (ହି.ସ.)- ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଵାବେବିର ପଂଚାୟତ ହାଇସ୍କୁଲ ଠାରେ ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ଗହଣରେ ଆଜି ସାମୁହିକ ରାଷ୍ଟ୍ରୀୟ ଗୀତ (ବନ୍ଦେ ମାତରଂ) ଗାନ ଓ ଶପଥ ଗ୍ରହଣ କରାଯାଇଥିଲା l ତାସହିତ ବାର୍ଷିକ କ୍ରୀଡ଼ା ୨୦୨୬ ବହୁ ଆଡମ୍ବରରେ ପାଳିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସଭାପତି ହେରମସିଂ ପୁଝାରୀ, ଭାରପ୍ରାପ୍ତ ସରପଞ୍ଚ ଯୋଗେଶ୍ୱର ପାଣ୍ଡେ, ପଞ୍ଚମ ହଂସ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ପତି ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମ ଚାରି ଉପସ୍ଥିତ ଥିଲେ। ଶେଷରେ ବିଜୟୀ ଛାତ୍ରୀଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ