ରୁବି ଆତ୍ମହତ୍ୟା ମାମଲାରେ ଜେଲ୍ ଗଲେ ସ୍ୱାମୀ ଏବଂ ଶାଶୁ
ମୁଖୀଗୁଡ଼ା, ୧୫ ଜାନୁଆରୀ(ହି.ସ.) – ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ା ଗାଁର ରୁବି ବିଶି ଆତ୍ମହତ୍ୟା ମାମଲାରେ ଗୁରୁବାର ଜୟପାଟଣା ପୋଲିସ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି। ସୂଚନା ଅନୁସାରେ ଗତ ନଭେମ୍ବର ୨୫ ତାରିଖ ମଙ୍ଗଳବାର ଦିନ ରୁବି ବିଶି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କର
ରୁବି ଆତ୍ମହତ୍ୟା ମାମଲାରେ ଜେଲ୍ ଗଲେ ସ୍ୱାମୀ ଏବଂ ଶାଶୁ


ମୁଖୀଗୁଡ଼ା, ୧୫ ଜାନୁଆରୀ(ହି.ସ.) – ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ା ଗାଁର ରୁବି ବିଶି ଆତ୍ମହତ୍ୟା ମାମଲାରେ ଗୁରୁବାର ଜୟପାଟଣା ପୋଲିସ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି।

ସୂଚନା ଅନୁସାରେ ଗତ ନଭେମ୍ବର ୨୫ ତାରିଖ ମଙ୍ଗଳବାର ଦିନ ରୁବି ବିଶି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଗତ ଫେବ୍ରୁଆରୀ ମାସରେ ରୁବିଙ୍କ ବିବାହ ହୋଇଥିବାବେଳେ ବିବାହ ପରେ ତାଙ୍କୁ ଶାଶୂ ଓ ଦେଡ଼ଶାଶୂ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ସହି ନପାରି ରୁବି ଆତ୍ମହତ୍ୟା ଭଳି ଚରମପନ୍ଥା ଅପଣେଇବାକୁ ବାଧ୍ୟ ହୋଇଥିଲା ବୋଲି ଜୟପାଟଣା ଥାନାରେ ବାପଘର ଲୋକେ ଅଭିଯୋଗ କରିଥିଲେ ଏନେଇ ଜୟପାଟଣା ଥାନା କେସ ନମ୍ବର ୨୯୨/୨୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ଆଜି ରୁବିଙ୍କ ସ୍ୱାମୀ ସତ୍ୟବାଦୀ ବିଶି(୨୮) ଓ ଶାଶୁ କୁନ୍ତୀ ବିଶି(୫୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande