
କେନ୍ଦ୍ରାପଡ଼ା, ୧୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ତିନିମୁହାଣୀ ସ୍ଥିତ ରାମମନ୍ଦିର ଗୃହରେ ଆଜି ସାହିତ୍ୟ, ପରିବେଶ ଏବଂ ପର?୍ୟ୍ୟଟନ ଆନ୍ଦୋଳନ କୁ ନେଇ ଲେଖକ ଶ୍ରୀ ପ୍ରମୋଦ କୁମାର ଦାସଙ୍କ ପ୍ରକୃତି ନାମକ ପତ୍ରିକା ର ସୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମବାୟବିତ୍ ତଥା କେନ୍ଦ୍ରାପଡ଼ା କୋଅପରେଟିବ ବ୍ୟାଙ୍କ ସଭାପତି ପ୍ରମୋଦ କୁମାର ସାହୁ ଉପସ୍ଥିତ ଥିଲେ ଓ ବିଶିଷ୍ଟ ବକ୍ତା ସମୀର କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ଦାସ, ସଂମ୍ମାନନୀୟ ଅତିଥି ପବିତ୍ର ବ୍ରହ୍ମପୁତ୍ର ନାୟକ, ସଂମ୍ମାନିୟ ବକ୍ତା ଶରତ କୁମାର ରାଉତ, ବିଶିଷ୍ଟ ଅତିଥି ଶ୍ରୀଧର ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ଓ ଅତିଥିମାନେ ପ୍ରଥମେ ପ୍ରଭୁ ବଳଦେବଜୀଉଙ୍କ ବିଗ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଓ ଏହାପରେ ପରେ ପତ୍ରିକା ଉନ୍ମୋଚନ କାର୍ଯ୍ୟ ହୋଇଥିଲାବେଳେ ସମ୍ପାଦକ ପ୍ରମୋଦ କୁମାର ଦାସ କାର୍ଯ୍ୟକ୍ରମ ରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ମୁଖ୍ୟ ଅତିଥି ଦ୍ୱାରା ରାଜନଗର ଚିତ୍ର ଶିଳ୍ପୀ ମହେନ୍ଦ୍ର କୁମାର ରାଉତ ଏବଂ କବି ଶ୍ରୀ ନାରାୟଣ କୁମାର ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ପ୍ରକୃତି ପତ୍ରିକା ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ସାହୁ କେନ୍ଦ୍ରାପଡ଼ାର ସମ୍ପଦ କୁହାଯାଉଥିବା ଭିତରକନିକା ରହିଥିବା ରେ ଥିବା ଗଛିତ ପ୍ରକୃତିର ମାଧୁର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ଭିତରକନିକା ଦେଶ ବିଦେଶରେ ଜିଲ୍ଲାର ଐତିହ କଥାକୁ ବଖାଣୁ ଥିବାବେଳେ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କୁ ଜିଲ୍ଲାକୁ ଆସିବାରେ ଆକର୍ଷିତ କରୁଛି ଓ ଏଥିସହିତ ଶ୍ରୀ ସାହୁଙ୍କ କହିବା କଥା ଯଦି ଏହି ଐତିହ ସମ୍ପନ ଭିତରକନିକାକୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ରାସ୍ତାଗୁଡିକ ସୁଗମ କରିବା ସହ ରହଣି ନିମନ୍ତେ ବ୍ୟାପକ ବ୍ୟବସ୍ତା କରାଯାନ୍ତା ତେବେ ନିଶ୍ଚିନ୍ତ ଭାବେ ଭିତରକନିକା ର ପ୍ରକୃତି କୃତ ମନଲୋଭା ଦୃଶ୍ୟର ଲୋକେ ଆନନ୍ଦ ଉଠାଇ ପାରନ୍ତେ ଓ ଏହିଭଳି ହୃଦୟସ୍ପର୍ସି ଘଟଣା ଗୁଡିକ ଏହି ପ୍ରକୃତି ନାମକ ପତ୍ରିକାରେ ସ୍ଥାନ ପାଇଥିବାବେଳେ ଏହାକୁ ନିଶ୍ଚିନ୍ତ ଭାବେ ଜିଲ୍ଲାବାସୀ ପଢିକି ହୃଦବୁଦ୍ଧ କରିବା ସଙ୍ଗେ ସଙ୍ଗେ ପତ୍ରିକା ମଧ୍ୟ ଆହୁରି ଆଗକୁ ଯାଇପାରିବ ଓ ପତ୍ରିକାର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କୁ ଶ୍ରୀ ସାହୁ ପତ୍ରିକାର ଉନ୍ମୋଚନ ନିମନ୍ତେ ଧନ୍ୟବାଦ ମଧ୍ୟ ଦେଇଥିଲେ ଓ କାର୍ଯ୍ୟକ୍ରମ ବିଭିନ୍ନ ବକ୍ତାମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ ଓ ଶେଷରେ ଚିତ୍ରଶିଳ୍ପୀ ଭ୍ରମର କୁମାର ଦାସ ଧନ୍ୟବାଦ ଦେଇ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି