
ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ
ନୂଆପଡ଼ା,୧୫ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସଭାଗୃହରେ ବିଡିଓ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ବର ମେହେର, ଅତିରିକ୍ତ ତହସିଲଦାର ଅନସୂୟା ବାଗଦେବି ମଞ୍ଚାସିନ ଥିଲେ । ଶ୍ରୀରଣା ଶାନ୍ତି ଶୃଙ୍ଖଳା ସହିତ କିପରି ଭଲ ଭାବରେ ସାଧାରଣତନ୍ତ୍ର ଦିବସ ପାଳନ ହେବ ସେଥି ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀକୁ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ଜୁନିଅର ଆସିଷ୍ଟାଣ୍ଟ ହିତେଶ କୁମାର ଆଡବାହି ପଠନ କରିଥିଲେ ।ବୈଠକରେ ଆଲୋଚନା ବିଷୟବସ୍ତୁ ଗୁଡ଼ିକ ଥିଲା - ପ୍ରଭାତ ଫେରି, ଜାତୀୟ ପତାକା ଉତ୍ତୋଳନ, ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡ, ସହର ପରିକ୍ରମା, ମାର୍ଚ୍ଚ ପାଷ୍ଟ, ମାର୍ଚ୍ଚ ପାଷ୍ଟ୍ ପ୍ରତିଯୋଗିତା, ବିଚାରକ ମଣ୍ଡଳୀ, ମଞ୍ଚ ପ୍ରସ୍ତୁତି, ମଞ୍ଚ ପରିଚାଳନା, ପୁରସ୍କାର ସାମଗ୍ରୀ କ୍ରୟ କମିଟି, ପ୍ୟାରେଡ ପଡିଆ ସାଜସଜ୍ଜା, ପ୍ୟାରେଡ ପଡିଆ ପରିଚାଳନା, ମିଷ୍ଟାନ୍ନ ପ୍ରସ୍ତୁତି ଓ ବଣ୍ଟନ, ପ୍ରତିଯୋଗିତା ବିବରଣୀ, ବିଭିନ୍ନ ଦାୟୀତ୍ୱ ନିର୍ବାହ। ସଭାରେ ଜିପିଡିଓ ଭୀଷ୍ମ କୁମାର, ଫାରୁକ ମହମ୍ମଦ, ଡବ୍ଳୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହି, ବରିଷ୍ଠ ନାଗରିକ ପର୍ଶୁରାମ ସେଠି, ଶିକ୍ଷକ ବୈଷ୍ଣବ ଦୁରିଆ, ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମୁରାରୀ ଲାଲ ହୋତା, ବିଏସଏସଓ କୁମର ମାଝୀ, ସ୍ନାତକ ମହାବିଦ୍ୟାଳୟରୁ ଚରଣ ମାଝୀ, ସମାଜ ସେବୀ ରାଜ କୁମାର ନାଗ, ସାମ୍ବାଦିକ ରାମନାଥ ପଣ୍ଡା, ବଂଶୀଧର ନାଗ, ଭିଷ୍ମ ଦେବ ହେର୍ଣ୍ଣା, ଏସଏସଡି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା , ଏବିଏଫ ରାକେଶ ଷଡଙ୍ଗୀ, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର, ଆଇସିଡିଏସ ଅହଲ୍ୟା ଜଗତ ଓ ବେଦ ମତୀ ଖମାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହିଥିଲେ । ଜୁନିଅର ଆସିଷ୍ଟାଣ୍ଟ ହିତେଶ କୁମାର ଆଡବାହୀ ଧନ୍ଯବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ