ସ୍ଵଦେଶୀ ସଂକଳ୍ପ ଯାତ୍ରା ରଥକୁ ବଲାଙ୍ଗିରରେ ସ୍ଵାଗତ
ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ଦେଶରେ ଜନସାଧାରଣ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର, ସ୍ଵଦେଶୀ ଭାବନା ଜାଗ୍ରତ କରିବା, ଦେଶରେ ବିଦେଶୀ ଦ୍ରବ୍ୟକୁ ପରିହାର କରିବା ଲକ୍ଷ୍ୟରେ ଗତ ଜାନୁୟାରୀ ୧୨ ତାରିଖ ସ୍ଵାମୀ ବିବେକାନନ୍ଦ ଜୟନ୍ତୀରୁ ସ୍ଵଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆରମ୍ଭ ହୋଇ ସମଗ୍ର ରାଜ୍ୟର ଗଳି କନ୍ଦ
ସ୍ଵଦେଶୀ ସଂକଳ୍ପ ଯାତ୍ରା ରଥା କୁ ବଲାଙ୍ଗିର ରେ ସ୍ଵାଗତ


ସ୍ଵଦେଶୀ ସଂକଳ୍ପ ଯାତ୍ରା ରଥା କୁ ବଲାଙ୍ଗିର ରେ ସ୍ଵାଗତ


ସ୍ଵଦେଶୀ ସଂକଳ୍ପ ଯାତ୍ରା ରଥା କୁ ବଲାଙ୍ଗିର ରେ ସ୍ଵାଗତ


ସ୍ଵଦେଶୀ ସଂକଳ୍ପ ଯାତ୍ରା ରଥା କୁ ବଲାଙ୍ଗିର ରେ ସ୍ଵାଗତ


ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ଦେଶରେ ଜନସାଧାରଣ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର, ସ୍ଵଦେଶୀ ଭାବନା ଜାଗ୍ରତ କରିବା, ଦେଶରେ ବିଦେଶୀ ଦ୍ରବ୍ୟକୁ ପରିହାର କରିବା ଲକ୍ଷ୍ୟରେ ଗତ ଜାନୁୟାରୀ ୧୨ ତାରିଖ ସ୍ଵାମୀ ବିବେକାନନ୍ଦ ଜୟନ୍ତୀରୁ ସ୍ଵଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆରମ୍ଭ ହୋଇ ସମଗ୍ର ରାଜ୍ୟର ଗଳି କନ୍ଦିରେ ସ୍ଵଦେଶୀ ଭାବନାରେ ଦୁଇଟି ରଥ ପରିକ୍ରମା କରୁଛି। ଗୋଟିଏ ପୁରୀ ଶ୍ରୀକ୍ଷେତ୍ର ଓ ଅନ୍ୟଟି କୋରାପୁଟ ସାବରି ଶ୍ରୀକ୍ଷେତ୍ରରୁ ବାହାରି ଆଜି ବଲାଙ୍ଗିର ଠାରେ ପହଁଚିବା ବେଳେ ସ୍ଥାନୀୟ ଦୈନିକ ବଜାର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସ୍ଵାଗତ କରାଯାଇଥିଲା। ଏହା ସବୁଠାରେ ପଥପ୍ରାନ୍ତ ସଭା ଓ ପ୍ରଚାର ପତ୍ର ମାଧ୍ୟମରେ ଲୋକଙ୍କ ଭିତରେ ସ୍ଵଦେଶୀ ଭାବଧାରା ପ୍ରଚାରିତ ହେଉଛି। ଓଡିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ସ୍ଵଦେଶୀ ଜାଗରଣ ମଞ୍ଚ ଅଜୟ ପ୍ରସାଦ ଜେନା ରଥ ସହିତ ଆସି ଲୋକଙ୍କୁ ଉଦବୋଧନ ଦେଇଥିଲେ। ସ୍ଥାନୀୟ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ରଥକୁ ପୂଜାର୍ଚନା କରିଥିଲେ। ସଂଘ ସ୍ଵେଚ୍ଛାସେବୀ ସ୍ଵୟଂସେବକ ମାନଙ୍କ ସମେତ ଜନସାଧାରଣ ରଥକୁ ସ୍ଵାଗତ କରିଥିଲେ।

ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯାତ୍ରା କରି ସମ୍ବଲପୁର ଅଭିମୁଖେ ରଥ ଯିବ। ଆଜି ସୁଦ୍ଧା ୬ ଗୋଟି ଜିଲ୍ଲାରେ ଏହି ରଥ ପରିକ୍ରମା କରିଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande