ଜଳବିଭାଜିକା ତଥା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆଜି ୱାଟରସେଡ ମହୋତ୍ସବ ପାଳିତ
ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଠାରେ ଜଳବିଭାଜିକା ତଥା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆଜି ୱାଟରସେଡ ମହୋତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଅବସରରେ କାଲଦାପଲ୍ଲୀ ଗ୍ରାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜଳବିଭ
ଜଳବିଭାଜିକା ତଥା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆଜି ୱାଟରସେଡ ମହୋତ୍ସବ ପାଳିତ


ମାଲକାନଗିରି, ୧୫ ଜାନୁଆରୀ(ହି.ସ.) – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଠାରେ ଜଳବିଭାଜିକା ତଥା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଆଜି ୱାଟରସେଡ ମହୋତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଅବସରରେ କାଲଦାପଲ୍ଲୀ ଗ୍ରାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜଳବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସ୍ଥାୟିତ୍ୱ ଓ ପରବର୍ତୀ କାର୍ଯ୍ୟ ଖସଡା ବାବଦରେ ଆଲୋଚନା କରାଯାଇଥିଲା। ସରକାରଙ୍କ ପିଏମକେଏସୱାଇ ଯୋଜନାରେ ଗତ ପାଂଚବର୍ଷ ପ୍ରାକୃତିକ ସମ୍ପଦ ପରିଚାଳନା କରି ନିର୍ମାଣ ହୋଇଥିବା ନୂତନ ପୋଖରୀ, ଗୋଷ୍ଠୀ ଜଳ ଅମଳ ସରଚଂନା, ଚେକ୍ ଡ୍ୟାମ୍ ଭଳି ପ୍ରକଳ୍ପ ଗୁଡିକ ସହ ବିଭିନ୍ନ ଚାଷକାର୍ଯ୍ୟ କିଭଳି ସ୍ଥାନୀୟ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣି ପାରିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡିକର ସ୍ଥାୟିତ୍ୱକୁ ନେଇ ଓ ନୁତନ ପ୍ରକଳ୍ପର ରୂପରେଖ ବାବଦରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ନିର୍ବାଚନ ମଣ୍ଡଳିର ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ସମ୍ମାନିତ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନି କୁମାର ମହାପାତ୍ର, ଜଳବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ ସମୀର ଶବର, ବ୍ଲକ ମତ୍ସ୍ୟ ଅଧିକାରୀ ମନୋଜ ଚକ୍ରବର୍ତୀ, ମନ ଦୀପଙ୍କର ରାୟ, କୋଟାମ ବାଲାୟା, ଦେବା ମାଡକାମି, ପିଆଇଏ ଗୋବିନ୍ଦ ହାଲଦାର, ଏଡବ୍ଲ୍ୟୁଟି ମଙ୍ଗଳ କୁମାର ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଜଳବିଭାଜିକା ଓ ମୃତିକା ସଂରକ୍ଷଣ ବିଭାଗ ସହ ଯୋଡ଼ି ହୋଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଲାଗି ୱାଟରସେଡ ଯୋଦ୍ଧା ଭାବେ ପଡିଆ ବ୍ଲକର ବିଭିନ୍ନ ପଂଚାୟତରୁ ୨୫ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପୁରସ୍କୃତ କରାଯାଇଅଛି। ଏହି ଅବସରରେ ଅନୁଷ୍ଠିତ କୁଇଜ୍ ଓ ନାଚଗୀତ ପ୍ରତିଯୋଗୀତାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଂଚାୟତରୁ ଆସିଥିବା ଜନପ୍ରତିନିଧି, ଡବ୍ଲ୍ୟୁଡିଟି ମଙ୍ଗଳ କୁମାର ଶାହା, ନିହାର ରଞ୍ଜନ ଜେନା, ବର୍ଷା ମହାନ୍ତି, ରାଜେନ୍ଦ୍ର ପ୍ରଧାନ ସମେତ ଏମବିକେ ଓ କୃଷିମିତ୍ରମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande