ବିଶ୍ୱ ବ୍ୟାଙ୍କ 2025-2026 ପାଇଁ ଜିଡିପି ଅଭିବୃଦ୍ଧି ପୁର୍ବାନୁମାନ 7.2 ପ୍ରତିଶତକୁ ବୃଦ୍ଧି
ଚଳିତ ଆର୍ଥିକ ବର୍ଷ 2025-2026 ପାଇଁ ଜିଡିପି ଅଭିବୃଦ୍ଧିର ଆନୁମାନିକ ବୃଦ୍ଧି କରାଯାଇ 7.2 ପ୍ରତିଶତ ନୁଆଦିଲ୍ଲୀ 15 ଜାନୁଆରୀ (ହି.ସ)-ଆର୍ଥିକ କ୍ଷେତ୍ରରେ ଭାରତ ପାଇଁ ଖୁସି ଖବର।ବିଶ୍ୱ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଦେଶର ସକଳ ଘରେଲୁ ଉତ୍ପାଦ (ଜି
World-Bank-raised-its-GDP-growth-forecast-72-pc


ଚଳିତ ଆର୍ଥିକ ବର୍ଷ 2025-2026

ପାଇଁ ଜିଡିପି ଅଭିବୃଦ୍ଧିର ଆନୁମାନିକ ବୃଦ୍ଧି କରାଯାଇ 7.2 ପ୍ରତିଶତ

ନୁଆଦିଲ୍ଲୀ 15 ଜାନୁଆରୀ

(ହି.ସ)-ଆର୍ଥିକ କ୍ଷେତ୍ରରେ ଭାରତ ପାଇଁ ଖୁସି ଖବର।ବିଶ୍ୱ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଦେଶର ସକଳ ଘରେଲୁ

ଉତ୍ପାଦ (ଜିଡିପି)ବୃଦ୍ଧି ଦରରଅନୁମାନବୃଦ୍ଧି କରି 7.2 ପ୍ରତିଶତ କରାଯାଇଛି।ଏହା ଜୁନ ଆକଳନ ଅପେକ୍ଷା 0.9 ପ୍ରତିଶତ ଅଧିକ।ବିଶ୍ୱ ବ୍ୟାଙ୍କ ଜାରି ମୁଖ୍ୟ ରିପୋର୍ଟ ବୈଶ୍ୱିକ

ଆର୍ଥିକ ସମ୍ଭାବନାରେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ 2025-26ରେ ଭାରତର ଜିଡିପି

ବୃଦ୍ଧିଦର 7.2 ପ୍ରତିଶତ ରହିବାର ଅନୁମାନ

ରହିଛି।ଏହି ରିପୋର୍ଟରେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ଚଳିତ 9 ବର୍ଷ2026-27ରେ ଭାରତର ଆର୍ଥିକବୃଦ୍ଧିଦର ହ୍ରାସ ହୋଇ 6.5 ପ୍ରତିଶତ ରହିପାରେ। ବିଶ୍ୱବ୍ୟାଙ୍କ ଜିଡିପି ଏହି ଅନୁମାନ ଏହି

ଧାରଣା ଉପରେ ଆଧାରିତ ଯେ ଆମେରିକାର 50 ପ୍ରତିଶତ ଆମଦାନୀ ଶୁଳ୍କ ଏହି ସମୟରେ ଲାଗୁ ରହିବ।ରିପୋର୍ଟରେ କୁହାଯାଇଛି ଯେ ଏହା ସତ୍ତ୍ୱେ ଆଶା

କରାଯାଉଛି ଯେ ଭାରତ ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ଦ୍ରୃତତମ ହାର ବଜାୟ ରଖିବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande