
ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଳକ ଜାରକା ଠାରେ ଆଜି ବିଶିଷ୍ଟ ସମାଜସେବୀ ତଥା ସମାଜ ସଂସ୍କାରକ ସ୍ୱର୍ଗତ ବୈରାଗୀ ଚରଣ ବିଶ୍ୱାଳଙ୍କ ୧୭ତମ ପୁଣ୍ୟତିଥି ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଂପାଦକ କାହ୍ନୁ ଚରଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବୈରାଗୀ ଚରଣ ବିଶ୍ୱାଳଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଶିକ୍ଷା ପାଇଁ ବୈରାଗୀ ବାବୁ ସବୁ ଦିନେ ମନେ ରହିବେବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ସମାଜସେବୀ ଅଭିମନ୍ୟୁ ଦାସ ଯୋଗଦେଇ ସମାଜର ଅବହେଳିତଙ୍କ ପାଇଁ କାର୍ଯ୍ୟ କରିବା ମହାନତା ବୋଲି କହିଥିଲେ। ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ ଓ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଶିକ୍ଷାବିତ୍ ରମେଶ ଚନ୍ଦ୍ର ସିଂହ, ଯୁଧିଷ୍ଟିର ସ୍ୱାଇଁ, ବେଣୁଧର ନାୟକ ଓ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ବୈରଗୀ ବାବୁଙ୍କ ଶିକ୍ଷା ଓ ସମାଜସେବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡ଼କ୍ଟର ଜଗନ୍ନାଥ ଜେନାଙ୍କୁ ବୈରାଗୀ ବିଶ୍ୱାଳ ଶିକ୍ଷାବିତ ସମ୍ମାନ, ଅଧ୍ୟାପକ ଡ଼କ୍ଟର ମନୋଜ ଧୀରଙ୍କୁ ବୈରାଗୀ ବିଶ୍ୱାଳ ସମାଜସେବୀ ସମ୍ମାନ ଓ ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ମଲିକଙ୍କୁ ବୈରାଗୀ ବିଶ୍ୱାଳ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ସ୍ମୃତି କମିଟି ସଭାପତି କିଶାନ ପଣ୍ଡା, କଲେଜ ଅଧ୍ୟକ୍ଷ ବଳଭଦ୍ର ଦାସ, ଅବସରପ୍ରାପ୍ତ ପ୍ରଧ୍ୟାପକ ରାଧାଶ୍ୟାମ ସାହୁ, ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ,କଂଗ୍ରେସ ନେତା ମାନସ ରଞ୍ଜନ କର,କୃଷକ ନେତା ବସନ୍ତ କୁମାର ପରିଡ଼ା, ଗୋଲକ ପଲେଇ ଓ ଆଇନଜୀବୀ ଶ୍ୟାମପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ବୈରାଗୀ ବିଶ୍ୱାଳ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉପଦେଷ୍ଟା ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପରିବାର ପକ୍ଷରୁ ପୁଅ ପବିତ୍ର ମୋହନ ବିଶ୍ୱାଳ,ତାରିଣୀ ମୋହନ ବିଶ୍ୱାଳ, ନରେନ୍ଦ୍ର ମୋହନ ବିଶ୍ୱାଳ ଓ କ୍ରୀଷ୍ଣା ମୋହନ ବିଶ୍ୱାଳ ପ୍ରମୁଖ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଶିକ୍ଷାବିତ ବିଜୟ କୁମାର ଦେବତା ଧନ୍ୟବାଦ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ