
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଠକିବା ପାଇଁ ନୂଆ ଅସ୍ତ୍ର ପାଲଟିଛି ମାଟ୍ରିମୋନି ସାଇଟ୍। କେତେବେଳେ ଡାକ୍ତର ତ ପୁଣି କେତେବେଳେ ବ୍ୟାଙ୍କ ମ୍ୟାନେଜର କହି ଲୋକଙ୍କୁ ଚୁନା ଲଗାଇବା ଘଟଣାରେ ରଞ୍ଜୀବ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ପାହଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତାଙ୍କୁ ବାନ୍ଧିଛି।
ଅଭିଯୋଗ ଅନୁଯାୟୀ ୨୦୨୧ ମସିହାରେ ମାଟ୍ରିମୋନି ସାଇଟରେ ଅଭିଯୁକ୍ତ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଅଭିଯୋଗକାରୀଙ୍କ ସଂପର୍ଶରେ ଆସିଥିଲେ । ନିଜ ଭାଇ ସହିତ ବାହାଘର କରିବାକୁ କରାଇ ସମ୍ପର୍କ ନିବିଡ କରିଥିଲେ। ବିଭିନ୍ନ ବ୍ୟାଙ୍କରେ ପଲିସି ସହିତ ଜାଗା କିଣିବା ପାଇଁ ଅଭିଯୋଗକାରୀ ଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଥିଲେ। ଠକାମୀର ଶିକାର ହେବା ପରେ ପୀଡିତ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ରଞ୍ଜୀବଙ୍କ କେହି ଭାଇ ନାହଁନ୍ତି କି ସେ ବି ଡାକ୍ତର ନୁହଁନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।ତଦନ୍ତରୁ ଜଣାପଡିଛି ରଞ୍ଜୀବ ମାଟ୍ରୋମନି ସାଇଟ୍ ରେ ଆକାଉଂଟ୍ ଖୋଲି ଲୋକଙ୍କୁ ଠକି ଥାଏ। ନିଜକୁ କେବେ ଡାକ୍ତର ତ ପୁଣି କେବେ ବ୍ୟାଙ୍କ ମ୍ୟାନେଜର କହି ପରିଚୟ ଦେଇଥାଏ। ଏଥର ଅଭିଯୋଗ ପରେ ରଞ୍ଜୀବ କୁମାର ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସେପଟେ ପୋଲିସ କମିଶନର ସୁରେଶ ଦେବଦତ ସିଂ କହିଛନ୍ତି ପରିଚିତ ନଥିବା ବ୍ୟକ୍ତି ଙ୍କ ସହିତ ସମ୍ପର୍କ ରେ ବାନ୍ଧି ହେବା ଆଗରୁ ଯାଂଚ କରିବା ଉଚିତ୍ । ପୁଣି ମାଟ୍ରୋମନି ସାଇଟକୁ ଯଦି ଯାଉଛନ୍ତି ତେବେ ଟଙ୍କା ଦେବା ନେବା ପୂର୍ବରୁ ସତର୍କ ରୁହନ୍ତୁ ନଚେତ ଠକାମୀର ଶିକାର ହୋଇପାରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା