
ଭୁବନେଶ୍ୱର, 15 ଜାନୁଆରି (ହି.ସ.)
- ସେନା ଦିବସରେ
ସାହାସୀ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେନା ଦିବସ ଅବସରରେ ଆମର ସାହସୀ ସୈନିକ, ପୂର୍ବତନ ସୈନିକ ଓ ସେମାନଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା।
ତାଙ୍କର ବୀରତା, କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗ ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।
କୃତଜ୍ଞ ଜାତି ଗର୍ବ ଓ
ସମ୍ମାନ ସହ ଆମ ଦେଶର ସୁରକ୍ଷା କରୁଥିବା ଭାରତୀୟ ସେନା ପ୍ରତି ସବୁବେଳ ପାଇଁ ଋଣୀ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା